ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ସ୍କୁଲ୍‌ ଗେଟ୍ ଭୁଶୁଡ଼ି ୨ ଛାତ୍ରୀଙ୍କ ମୃତ୍ୟୁ, ଗଜପତିରେ ଦୁଃଖଦ ଅଘଟଣ

ଗଜପତି: ଗଜପତି ଜିଲ୍ଲାର ଆର୍‌. ଉଦୟଗିରି ଥାନା ଅଧୀନ ରୁବୁଡିସିଂ ଉଚ୍ଚ ପ୍ରାଥମିକ ସ୍କୁଲ୍‌ରେ ବୁଧବାର ଏକ ଦୁଃଖଦ ଅଘଟଣ ଘଟିଛି। ସ୍କୁଲ୍‌ର ମୁଖ୍ୟ ଗେଟ୍‌ ଭୁଶୁଡ଼ି ପଡ଼ିବାରୁ ଦୁଇଜଣ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।

ମୃତ ଛାତ୍ରୀମାନଙ୍କ ମଧ୍ୟରୁ ଜଣେ ଚତୁର୍ଥ ଶ୍ରେଣୀର ଓ ଅନ୍ୟଜଣେ ପଞ୍ଚମ ଶ୍ରେଣୀର ଥିବା ସୂଚନା ମିଳିଛି। ଘଟଣା ସମୟରେ ପିଲାମାନେ ସ୍କୁଲ୍ ପ୍ରାଙ୍ଗଣରେ ଖେଳୁଥିଲେ। ହଠାତ୍ ଗେଟ୍‌ଟି ଭାଙ୍ଗି ପଡ଼ି ଏହି ଦୁଇ ଛାତ୍ରୀଙ୍କ ଉପରେ ପଡ଼ିଥିଲା।

ଘଟଣା ଏତେ ଭୟାବହ ଥିଲା ଯେ, ଦୁହେଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ପଡ଼ିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗେଟ୍‌ର ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଏହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଖବର ପାଇ ଆର୍‌. ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ପୁନର୍ବାର ସ୍କୁଲ୍‌ ଭବନ ଓ ଅବସ୍ଥାପନାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି। ଆଗାମୀ ଦିନରେ ଏଭଳି ଅଘଟଣ ରୋକିବା ପାଇଁ ପ୍ରଶାସନ କଣ ପଦକ୍ଷେପ ନେବ, ତା’ପରେ ସମସ୍ତଙ୍କ ନଜର ରହିଛି।

Show More

Related Articles

Back to top button