Breaking PLUSଓଡ଼ିଶାମୁଖ୍ୟ ଖବର

ଭୋଟର ତାଲିକାରୁ ନାଁ କଟିଥିଲେ ଯୋଡ଼ାଯିବ-ମୁଖ୍ୟ ନିର୍ବାଚନ ଅଧିକାରୀ

ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ପାଇଁ ଗୃହ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର, ୨୦ ଏପ୍ରିଲ – ଭୁଲ୍‌ରେ ଭୋଟର ତାଲିକାରୁ ନାଁ କଟିଥିଲେ ଯୋଡ଼ାଯିବ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥଗୋପାଳନ । ସେ କହିଛନ୍ତି ଯେ, ଗୃହ ବିଭାଗର ଚିଠି ଏକ ନିୟମିତ ପ୍ରକ୍ରିୟା, କେବଳ ଯାଞ୍ଚ ପାଇଁ କୁହାଯାଇଛି । ସାଧାରଣତଃ ଓଡ଼ିଶାରେ ୭ରୁ ୯ ଲକ୍ଷ ଭୋଟରଙ୍କ ନାଁ କଟିଥାଏ । ଏଥର ଟିକେ ଅଧିକ କଟିଛି, ତେଣୁ ଯାଞ୍ଚ ପାଇଁ କୁହାଯାଇଛି । ଯଦି ଭୁଲ୍‌ରେ ନାଁ କଟିଥିବ, ପୁଣି ତାଲିକାରେ ଯୋଡ଼ାଯିବ । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବହୁ କମ୍‌ କଟିଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଭୋଟର ତାଲିକାରୁ ୯.୮ ଲକ୍ଷ ନାଁ କଟିବା ପରେ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦିଆଯାଇଛି । ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ଇଆରଓଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ ।

ଏନେଇ ପରିବାର କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ ୭ ଦାଖଲ କରିବାକୁ ହେବ । ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ କରି ଯାଞ୍ଚ କରନ୍ତୁ । ଫର୍ମ-୭ ଆବେଦନର ୫୦ ପ୍ରତିଶତ ମାମାଲାରେ ଫିଜିକାଲ ଭେରିଫିକେସନ ବାଧ୍ୟ କରାଯାଇଛି । ବିଏଲଓ ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରି ନଥିବା ଅଭିଯୋଗ ପରେ ତତ୍ପରତା ଦେଖାଇଛି ବିଭାଗ ।

Show More

Related Articles

Back to top button