Breaking PLUSଓଡ଼ିଶାମୁଖ୍ୟ ଖବର
ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା, 12 ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, 20 ଏପ୍ରିଲ- ଆକାଶରୁ ଅଗ୍ନିବର୍ଷା । ଡହଡଡ ଖରାରେ ଫୁଟୁଛି ପୂରା ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ପୂର୍ବାହ୍ଣ ୯ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ଆସନ୍ତା ୨୧, ୨୨ ଏବଂ ୨୩ ତାରିଖ ୩ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବନାହିଁ।
ରବିବାର ରାତିରେ ନବରଙ୍ଗପୁର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଭୁବନେଶ୍ବର ଭଳି ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଫଳରେ ଗୁଳୁଗୁଳି ସହ ତାପମାତ୍ରା କମିଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୩ ଡିଗ୍ରୀ ଟପିଲାଣି।
ଟାଣ ଖରା ଯୋଗୁଁ ୧୨ଟି ଜିଲାର ଜିଲାପାଳ ବିଦ୍ୟାଳୟ ଛୁଟି ଘୋଷଣା କଲେଣି।



