Breaking PLUSଦେଶମୁଖ୍ୟ ଖବର
ପହେଲଗାମ ଆକ୍ରମଣକୁ ବର୍ଷେ, ମୃତକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି

ନୂଆଦିଲ୍ଲୀ, 22 ଏପ୍ରିଲ- ପହଲଗାମ ଆକ୍ରମଣକୁ ବର୍ଷେ ପୁରିଲା । ଏହି ଅବସରରେ ମୃତକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଦେଶ ସର୍ବଦା ମନେ ରଖିବ । ଆମେ ଦୁଃଖ ସମୟରେ ଏକତ୍ରିତ ରହି ପରସ୍ଥିତି ମୁକାବିଲା କରିଛୁ । ଆତଙ୍କୀ ମାନଙ୍କ ସମ୍ମୁଖରେ ଭାରତ କଦାପି ମୁଣ୍ଡ ନୁଆଁଇବ ନାହିଁ ।
ଏଠାରେ ସୂଚନାଯୋଗ୍ୟ; 22 ଏପ୍ରିଲ 2025ରେ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣରେ 25 ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ପୋନି-ରାଇଡ୍ ଅପରେଟରଙ୍କ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରୁ ପର୍ଯ୍ୟଟକମାନଙ୍କ ଆସିବା ହ୍ରାସ ପାଇଥିଲା, ଏପରିକି ପ୍ରାୟ 50ଟି ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରିବାକୁ ପଡ଼ିଥିଲା । ପରେ ସୁରକ୍ଷା ଅଡିଟ୍ ପରେ ପର୍ଯ୍ୟାୟକ୍ରମେ କେତେକ ପର୍ଯ୍ୟଟକସ୍ଥଳୀକୁ ପୁଣିଥରେ ଖୋଲାଯାଇଥିଲା ।



