
ସିବିଏସଇ ପକ୍ଷରୁ ୧୦ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷାର ତାରିଖ ପ୍ରକାଶ ପାଇଛି। ଆସନ୍ତା ମେ ୧୫ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମେ ୨୧ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସକାଳ ୧୦ଟା ୩୦ରୁ ଦୁପୁର ୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଆୟୋଜିତ ହେବ।
ଚଳିତ ବର୍ଷ ପ୍ରଥମଥର ପାଇଁ ସିବିଏସଇ ଦ୍ୱାରା ଦ୍ୱିତୀୟ ବୋର୍ଡ ପରୀକ୍ଷା ପ୍ରଣାଳୀ ଆରମ୍ଭ କରାଯାଇଛି। ଏହା ପୂର୍ବରୁ ପ୍ରଥମ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଥିଲା ଏବଂ ତାହାର ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଛି। ଏଥିରେ ଅନେକ ଛାତ୍ରଛାତ୍ରୀ ଭଲ ଫଳାଫଳ କରିଥିବା ଦେଖାଯାଇଛି।
ଦ୍ୱିତୀୟ ପରୀକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କୁ ନିଜ ଫଳାଫଳ ସୁଧାରିବାର ଅବସର ଦେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏହା ଶିକ୍ଷା ପ୍ରଣାଳୀରେ ଏକ ନୂତନ ପଦକ୍ଷେପ ଭାବେ ଦେଖାଯାଉଛି।



