ମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଲେ ପିନାରାଇ ବିଜୟନ୍‌

ଥିରୁଭାନନ୍ତପୁରମ୍‌,୪।୫: କେରଳ ବିଧାନସଭା ନିର୍ବାଚନରେ ଏଥର ବଡ଼ ପରିବର୍ତ୍ତନ ଦେଖାଦେଇଛି। ଭୋଟ ଗଣତି ଚାଲିଥିବା ସତ୍ତ୍ୱେ ଧାରା ସ୍ପଷ୍ଟ ହୋଇପଡ଼ିଛି ଯେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ବହୁମତ ହାସଲ କରି ଶାସନକୁ ଫେରିବାକୁ ଯାଉଛି। ଗତ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଏଲଡିଏଫ ଏଥର ଭାରି ପରାଜୟ ସମ୍ମୁଖୀନ ହୋଇଛି।

ଏହି ପରାଜୟକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପଦତ୍ୟାଗ କରିଛନ୍ତି। ତାଙ୍କ ଇସ୍ତଫା ସହିତ ଏହା ପ୍ରାୟ ସ୍ପଷ୍ଟ ହୋଇଯାଇଛି ଯେ ୟୁଡିଏଫ ନୂତନ ସରକାର ଗଠନ କରିବ। ଏହି ଫଳାଫଳ ସହିତ ଏକ ଐତିହାସିକ ପରିସ୍ଥିତି ସୃଷ୍ଟି ହୋଇଛି, କାରଣ ସ୍ବାଧୀନତା ପରେ ପ୍ରଥମଥର ପାଇଁ ଦେଶର କୌଣସି ରାଜ୍ୟରେ ବାମପନ୍ଥୀ ଦଳ ଶାସନରେ ରହିବାର ସମ୍ଭାବନା ନାହିଁ।

ଅନ୍ୟପକ୍ଷରେ, ୟୁଡିଏଫର ଜୟକୁ କଂଗ୍ରେସ ନେତୃତ୍ୱ ଉତ୍ସାହର ସହ ଗ୍ରହଣ କରିଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ସୋସିଆଲ ମିଡିଆ ମାଧ୍ୟମରେ କେରଳବାସୀଙ୍କୁ ଧନ୍ୟବାଦ ଜଣାଇଥିବା ସହ କହିଛନ୍ତି ଯେ ଏହି ଜନାଦେଶ ଆଗାମୀ ପାଞ୍ଚ ବର୍ଷ ପାଇଁ ସରକାରଙ୍କୁ ନୂତନ ଦିଗ ଦେବ। ୟୁଡିଏଫର ଏହି ବିଜୟକୁ ସେ ଜନତାଙ୍କ ଆସ୍ଥାର ପ୍ରତିଫଳନ ବୋଲି କହିଛନ୍ତି।

Show More

Related Articles

Back to top button