ମୁଖ୍ୟ ଖବରରାଜନୀତି

ଭବାନୀପୁରରେ ମମତାଙ୍କ ପରାଜୟ, ବଙ୍ଗରେ ବିଜେପିର ଐତିହାସିକ ବିଜୟ


କୋଲକାତା, ୪।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ମୁଖ୍ୟମନ୍ତ୍ରୀ  କେବଳ ରାଜ୍ୟର କ୍ଷମତା ହରାଇନଥିବା ସହ ତାଙ୍କର ପାରମ୍ପରିକ ଆସନ ଭବାନୀପୁରରୁ ମଧ୍ୟ ପରାଜିତ ହୋଇଛନ୍ତି।

ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ତାଙ୍କ ନିଜ ଗଡ଼ରେ ୧୫ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ଏହି ବିଜୟ ପରେ ଶୁଭେନ୍ଦୁ କହିଛନ୍ତି, ଏହା ବଙ୍ଗର ଏକତା ଓ ପରିବର୍ତ୍ତନର ବିଜୟ।

ରାଜ୍ୟର ମୋଟ ଫଳାଫଳକୁ ଦେଖିଲେ, ଭାରତୀୟ ଜନତା ପାର୍ଟି ସ୍ପଷ୍ଟ ବହୁମତ ସହ ସରକାର ଗଠନ କରିବା ଦିଗରେ ଆଗୁଆ ଅଛି। ଏହା ସହ ତୃଣମୂଳ କଂଗ୍ରେସର ପ୍ରାୟ ୧୫ ବର୍ଷର ଶାସନରେ ପୂର୍ଣ୍ଣଛେଦ ପଡ଼ିଛି।

ଏହି ବିଜୟ ପାଇଁ ବିଜେପି ଦଳ ବ୍ୟାପକ ଭାବେ ପ୍ରଚାର କରିଥିବା ସହ ଅନେକ ଶୀର୍ଷ ନେତାଙ୍କୁ ମାଇଦାନରେ ଉତାରିଥିଲା। ଫଳସ୍ୱରୂପ, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବିଜେପି ବଙ୍ଗରେ ସରକାର ଗଠନ କରିବାକୁ ଯାଉଥିବା ଚିତ୍ର ସ୍ପଷ୍ଟ ହୋଇଛି।

Show More

Related Articles

Back to top button