ମୁଖ୍ୟ ଖବରରାଜନୀତି

କେରଳରେ ୟୁଡିଏଫର ଭାରି ଜୟ, ୧୦ ବର୍ଷ ପରେ ବାମ ଶାସନର ଶେଷ


କେରଳ: ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଭାରି ବିଜୟ ହାସଲ କରି ବହୁମତ ସହ କ୍ଷମତାକୁ ଫେରିଆସିଛି। ଏହା ସହିତ ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ବାମପନ୍ଥୀ ଶାସନରେ ପୂର୍ଣ୍ଣଛେଦ ପଡ଼ିଛି।

୧୪୦ ଆସନ ବିଶିଷ୍ଟ ବିଧାନସଭାରେ ୟୁଡିଏଫ ପ୍ରାୟ ୯୫ ରୁ ୧୦୨ ଆସନରେ ଆଗୁଆ ରହି ସହଜରେ ବହୁମତ ଅତିକ୍ରମ କରିଛି। ଅନ୍ୟପକ୍ଷରେ ଶାସକ ବାମ ମୋର୍ଚ୍ଚା ୩୬ ରୁ ୪୨ ଆସନ ମଧ୍ୟରେ ସୀମିତ ରହିଛି।

ଏହି ନିର୍ବାଚନରେ ବିଜେପି ମଧ୍ୟ ୩ଟି ଆସନରେ ବିଜୟୀ ହୋଇଛି। ରାଜୀବ ଚନ୍ଦ୍ରଶେଖର ନେମୋମ ଆସନରୁ ୫୭,୧୯୨ ଭୋଟ ପାଇ ବିଜୟୀ ହୋଇଥିବାବେଳେ ସେ ସିପିଆଇ(ଏମ୍‌)ର ଭି. ଶିବନକୁଟ୍ଟୀଙ୍କୁ ୪,୯୭୮ ଭୋଟରେ ପରାଜିତ କରିଛନ୍ତି।

ସେହିପରି ଭି ମୂରଲୀଧରନ କଝାକ୍କୁଟ୍ଟମ ଆସନରୁ ୪୬,୫୬୪ ଭୋଟ ପାଇ ବିଜୟୀ ହୋଇଥିବାବେଳେ ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ କେବଳ ୪୨୮ ଭୋଟରେ ପରାଜିତ କରିଛନ୍ତି। ଚାତନ୍ନୁର ଆସନରୁ ବିଜେପିର ବି.ବି ଗୋପକୁମାର ମଧ୍ୟ ବିଜୟ ହାସଲ କରିଛନ୍ତି।

ବିଶେଷଜ୍ଞମାନଙ୍କ ମତରେ, ୧୦ ବର୍ଷର ଶାସନ ପ୍ରତି ଲୋକଙ୍କ ଅସନ୍ତୋଷ, ବଢୁଥିବା ଋଣବୋଝ, ଦୁର୍ନୀତି ଅଭିଯୋଗ ଓ ବିକାଶ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଏଥର ଭୋଟରମାନେ ପରିବର୍ତ୍ତନକୁ ବାଛିଛନ୍ତି।

କେରଳର ପାରମ୍ପରିକ ରାଜନୀତିରେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନ ଦେଖାଯାଏ। ୨୦୨୧ରେ ପିନାରାୟୀ ବିଜୟନ ଲଗାତାର ଦ୍ୱିତୀୟ ଥର ଜିତି ଇତିହାସ ରଚିଥିଲେ, କିନ୍ତୁ ଏଥର ସେହି ଧାରା ଭଙ୍ଗି ଯାଇ ୟୁଡିଏଫ ପୁଣି କ୍ଷମତାରେ ଫେରିଛି।

Show More

Related Articles

Back to top button