ଓଡ଼ିଶାମୁଖ୍ୟ ଖବର

‘ଡୋର୍-ଷ୍ଟେପ୍’ସେବା ଦେବେ ସରକାର; ଘରେ ମିଳିବ ମଧୁବାବୁ ପେନସନ

ଭୁବନେଶ୍ୱର: ତିବ୍ର ଗ୍ରୀଷ୍ମ ତାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ପାଉଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ବଡ଼ ସହଜିକରଣ ଘୋଷଣା କରିଛନ୍ତି। ଏଣିକି ସେମାନଙ୍କୁ ଭତ୍ତା ନେବା ପାଇଁ ବଣ୍ଟନ କେନ୍ଦ୍ରକୁ ଆସିବାକୁ ପଡ଼ିବ ନାହିଁ, ବରଂ ସେମାନଙ୍କ ଘରଦୁଆରକୁ ଭତ୍ତା ପହଞ୍ଚାଇ ଦିଆଯିବ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଜରୁରୀ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିଅସ୍‌ ମଧ୍ୟରେ ପହଞ୍ଚିଥିବା ସହ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ପରିସ୍ଥିତି ଗଭୀର ରୂପ ନେଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରତିମାସ ୧୫ ତାରିଖରେ ହେଉଥିବା ଭତ୍ତା ବଣ୍ଟନ ସମୟରେ ହିତାଧିକାରୀମାନେ ଖରାରେ ବାହାରିବାକୁ ପଡ଼ୁଥିବାରୁ ଅଂଶୁଘାତ, ଡିହାଇଡ୍ରେସନ୍ ଓ ହିଟ୍‌ ଏକ୍ସହଷ୍ଟିଅନ ଭଳି ସମସ୍ୟାର ସମ୍ଭାବନା ରହୁଛି। ଏହିକୁ ଦୃଷ୍ଟିରେ ରଖି ସରକାର ଘରେ ଘରେ ଭତ୍ତା ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ସହିତ ବଣ୍ଟନ କେନ୍ଦ୍ରଗୁଡ଼ିକରେ ପିଇବା ପାଣି, ORS ପ୍ୟାକେଟ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇବାକୁ ମଧ୍ୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ଲୋକଙ୍କୁ ଏହି ବ୍ୟବସ୍ଥା ମାଧ୍ୟମରେ ବହୁତ ସୁବିଧା ମିଳିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button