Breaking PLUSଓଡ଼ିଶାମୁଖ୍ୟ ଖବର

ରାୟଗଡ଼ାରେ ନୂଆ ଡିଭିଜନ୍‌ ନେଇ ରେଲୱେ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର, 5 ମେ- ରାୟଗଡ଼ାରେ ନୂଆ ଡିଭିଜନ୍‌ ନେଇ ରେଲୱେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଷ୍ଟ କୋଷ୍ଟ ରେଲୱେ ଅଧୀନରେ କାମ କରିବ ନୂଆ ରାୟଗଡ଼ା ଡିଭିଜନ୍‌  ।

ରାୟଗଡାରେ ହେବ ନୂଆ ରେଲୱେ ଡିଭିଜନ । ଏନେଇ ରେଲୱେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ରାୟଗଡ଼ା ଡିଭିଜନ୍‌ ଅଧୀନରେ ମୋଟ୍‌ ୬୯୬ କିମି ରେଳପଥ ରହିବ  । ଆସନ୍ତା ଜୁନ୍‌ ୧ ତାରିଖରୁ କାର୍ଯ୍ୟକ୍ଷମ ନେଇ ମଧ୍ୟ ସୂଚନା ଦିଆଯାଇଛି । ସମ୍ବଲପୁର, ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ ସହ ରାୟଗଡ଼ାରେ ନୂଆ ଡିଭିଜନ୍‌  । ନୂଆ କରି ସାଉଥ କୋଷ୍ଟ ରେଲୱେ ଜୋନ୍‌ ପାଇଁ ମଧ୍ୟ ରେଲୱେର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶାଖାପାଟଣାରେ ରହିବ ନୂଆ ସାଉଥ୍‌ କୋଷ୍ଟ ରେଲୱେ ମୁଖ୍ୟାଳୟ ।

Show More

Related Articles

Back to top button