Breaking PLUSଓଡ଼ିଶାମୁଖ୍ୟ ଖବର
ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା, 3ମୃତ

ଭୁବନେଶ୍ୱର, 5ମେ- ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ, ଗତ ବିଳମ୍ବିତ ରାତିରେ ଡିଆରଆଇ ୟୁନିଟରେ ମେଣ୍ଟେନାନ୍ସ କାମ ଚାଲିଥିବା ସମୟରେ ଶ୍ରମିକମାନେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ । ଘଟଣା ସମୟରେ ସେଠାରେ କାମ କରୁଥିବା ଶ୍ରୀଧର ବୋଗେନ (୩୭), ମଣ୍ଟ କୁମାର (୩୨) ଓ ମଙ୍ଗଳ ମାଝି (୪୦) ଗ୍ୟାସର ପ୍ରଭାବରେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟକୁ ଏବଂ ପରେ କଟକକୁ ସ୍ଥାନାନ୍ତର କରାଯାଉଥିବା ବେଳେ ହିନ୍ଦୋଳ ନିକଟରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି।



