ମୁଖ୍ୟ ଖବରରାଜନୀତି

ମୋତେ ବହିଷ୍କାର କରନ୍ତୁ, ମୁଁ ଇସ୍ତଫା ଦେବି ନାହିଁ , ମମତା ବାନାର୍ଜୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ବିଧାୟକ ଦଳ ବୈଠକରେ ସେ କହିଛନ୍ତି ଯେ ତାଙ୍କ ଦଳର ପରାଜୟ ପଛରେ ଷଡ଼ଯନ୍ତ୍ର ରହିଛି ଏବଂ ଏହା ପାଇଁ ନିର୍ବାଚନ କମିଶନ, ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କୁ ଦାୟୀ କରିଛନ୍ତି।

ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ସେ ଇସ୍ତଫା ଦେବେ ନାହିଁ ଏବଂ ଏହି ପରିସ୍ଥିତିକୁ “କଳା ଦିବସ” ଭାବେ ପାଳନ କରିବାକୁ ଦଳୀୟ ବିଧାୟକମାନଙ୍କୁ ଆହ୍ୱାନ କରିଛନ୍ତି। ବିଧାନସଭାର ପ୍ରଥମ ଦିନ ସମସ୍ତ ବିଧାୟକଙ୍କୁ କଳା ପୋଷାକ ପିନ୍ଧିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଟିଏମସିର ୧,୫୦୦ରୁ ଅଧିକ କାର୍ଯ୍ୟାଳୟ ଦଖଳ କରାଯାଇଛି। ତଥାପି ସେ କହିଛନ୍ତି, “ଆମେ ହାରିଥିଲେ ମଧ୍ୟ ଲଢ଼ାଇ ଜାରି ରଖିବୁ।”

ଟିଏମସି ନେତା କୁନାଲ ଘୋଷ କହିଛନ୍ତି ଯେ ହିଂସା ରୋକିବା ନିର୍ବାଚନ କମିଶନର ଦାୟିତ୍ୱ ଓ ବର୍ତ୍ତମାନର ପରିସ୍ଥିତି ଗଣତନ୍ତ୍ର ପାଇଁ ଚିନ୍ତାଜନକ। ସେ କହିଛନ୍ତି ଯେ ମମତାଙ୍କ ଇସ୍ତଫା ନଦେବା ଏକ ପ୍ରତୀକାତ୍ମକ ପ୍ରତିବାଦ।

ଏହି ସମୟରେ ରାଜ୍ୟରେ ସରକାର ଗଠନ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ କହିଛନ୍ତି ଯେ ନିର୍ବାଚନ କମିଶନଙ୍କ ଭୂମିକା କେବଳ ନିର୍ବାଚନ ପରିଚାଳନା ଓ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ସୀମିତ।

Show More

Related Articles

Back to top button