Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ତାଗିଦ
ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ

ଭୁବନେଶ୍ୱର, 7 ମେ- ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ତାଗିଦ । ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଭିଡିଓ ବାର୍ତ୍ତାରେ କହିଲେ । ମୁଁ ସବୁବେଳେ ଡିସିପ୍ଲିନ୍ ଉପରେ ଗୁରୁତ୍ବ ଦେଇ ଆସିଛି । ଆମେ ସଂଗଠନକୁ ମଜବୁତ କରିବା, ଲୋକଙ୍କ ସହ ଯୋଡ଼ି ହୋଇ ରହିବା ବୋଲି ନବୀନ କହିଛନ୍ତି ।
ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିତ କରିଛନ୍ତି ନବୀନ। କହିଛନ୍ତି, ମୁଁ ସବୁବେଳେ ଡିଶିପ୍ଲିନ ଉପରେ ଗୁରୁତ୍ବ ଦିଏ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଆମେ ସମସ୍ତେ ମିଶି ସଂଗଠନ କୁ ମଜବୁତ କରିବା ଓ ଲୋକଙ୍କ ସହ ଯୋଡି ହୋଇ ରହିବା ବୋଲି ନେତା ଆନଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ।
ନବୀନଙ୍କ ତାଗିଦ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିତିରଞ୍ଜନ ଘଡେଇ । କହିଛନ୍ତି, ଯିଏ ଓଭର ସ୍ମାର୍ଟ ହେବାକୁ ଚେଷ୍ଟା କରିବ ଆଉ ଅମାନିଆ ହେବ, ବିଗତ ଦିନରେ ଭୋଗିଛନ୍ତି ଆଗାମୀ ଦିନରେ ବି ଭୋଗିବେ। ସମଝୋତା ହେବ ନାହିଁ କି କ୍ଷମା କରାଯିବ ନାହିଁ।



