Breaking PLUSଓଡ଼ିଶାମୁଖ୍ୟ ଖବର
ମେଟ୍ରୋ ନୁହେଁ, ଗଡ଼ିବ ବସ୍; PM-eBus ଯୋଜନାରେ ବଡ଼ ଘୋଷଣା

ଭୁବନେଶ୍ୱର, 7 ମେ- ଏଣିକି ମେଟ୍ରୋ ବଦଳେ ଟ୍ୱିନସିଟିରେ ଗଡିବ ୨୦୦ଟି ଇଲେକ୍ଟ୍ରିକ୍ ବସ୍। ଏନେଇ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ସଂସଦରେ ଉଠାଇବା ପରେ ବିଭାଗ ପକ୍ଷରୁ ସାଂସଦଙ୍କୁ ଏହି ଉତ୍ତର ଦିଆଯାଇଛି ।
କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଇନାହିଁ। ମେଟ୍ରୋ ପ୍ରକଳ୍ପଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ତେଣୁ ଏକ ଦୀର୍ଘମିଆଦି ସ୍ଥାୟୀତ୍ୱକୁ ନଜରରେ ରଖି ପଦକ୍ଷେପ ନିଆଯିବ। ଏଣୁ ଦୁଇଟି ସହର ମଧ୍ୟରେ ଯୋଗାଯୋଗ ପାଇଁ BRTS ବା Bus Rapid Transit System ଏକ ବିକଳ୍ପ ହୋଇପାରେ ଏବଂ ଖୁବ ଅଳ୍ପ ବ୍ୟୟରେ ମଧ୍ୟ ହୋଇପାରିବ।



