Breaking PLUSଦେଶମୁଖ୍ୟ ଖବରରାଜନୀତି

ବୈଠକ ଡାକିଲେ ମମତା, ଆସିଲେନି ୯ ବିଧାୟକ

କୋଲକାତା, 7 ମେ । ପରାଜୟ ପରେ ମମତା ବାନାର୍ଜୀ ଏକ ବୈଠକ ଡାକିଛନ୍ତି । ତେବେ ଏହି ବୈଠକକୁ 9ଜଣ ବିଧାୟକ ଆସିନଥିବା ସୂଚନା ମିଳିଛି । ମମତା କହିଲେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଛନ୍ତି  ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ବୃଦ୍ଧି ପାଇଛି ଅଶାନ୍ତି। ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ଗୁରୁତ୍ୱପୂର୍ଣ୍ଣ ରଣନୀତି ବୈଠକରେ ପ୍ରାୟ ୯ ଜଣ ନବ ନିର୍ବାଚିତ ବିଧାୟକ ସାମିଲ ହୋଇନଥିଲେ।

ଏ ନେଇ ମମତା ବାନାର୍ଜୀ କହିଛନ୍ତି ଦଳୀୟ ଲୋକ ଅନ୍ତର୍ଘାତି କାମ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ପରାଜୟ ପରେ TMCକୁ ଏକାଠି ରଖିବା ପାଇଁ ଦିଦିଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି ହୋଇଛି।

Show More

Related Articles

Back to top button