ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ହେବେ ଭାଇସ ଆଡମିରାଲ କୃଷ୍ଣା ସ୍ୱାମୀନାଥନ

ନୂଆଦିଲ୍ଲୀ, ୦୯ ମଇ – କେନ୍ଦ୍ର ସରକାର ଭାଇସ୍ ଆଡମିରାଲ୍ କୃଷ୍ଣ ସ୍ୱାମୀନାଥନଙ୍କୁ ଦେଶର ପରବର୍ତ୍ତୀ ନୌସେନା ପ୍ରମୁଖ ଭାବେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ପଦରେ କାର୍ଯ୍ୟରତ ଅଛନ୍ତି। ନୌସେନାରେ ଅପରେସନାଲ୍, କୌଶଳଗତ ଏବଂ ପର୍ସୋନାଲ୍ ମ୍ୟାନେଜମେଣ୍ଟ ପଦବୀରେ ପ୍ରାୟ ଚାରି ଦଶକର କାର୍ଯ୍ୟାନୁଭବ ତାଙ୍କ ପାଖରେ ରହିଛି। ସେ ଆଡମିରାଲ୍ ଦିନେଶ କୁମାର ତ୍ରିପାଠୀଙ୍କ ସ୍ଥାନ ନେବେ । ସେ ୩୧ ମଇରେ ଅବସର ନେବେ।
ଭାଇସ୍ ଆଡମିରାଲ୍ କୃଷ୍ଣ ସ୍ୱାମୀନାଥନ ପୂର୍ବରୁ ନୌସେନାର ୪୬ତମ ଉପ ପ୍ରମୁଖ, ଚିଫ୍ ଅଫ୍ ପର୍ସୋନାଲ୍, କଣ୍ଟ୍ରୋଲର୍ ଅଫ୍ ପର୍ସୋନାଲ୍ ସର୍ଭିସେସ୍, ପଶ୍ଚିମ ନୌସେନା କମାଣ୍ଡର ଚିଫ୍ ଅଫ୍ ଷ୍ଟାଫ୍, ଫ୍ଲାଗ୍ ଅଫିସର ଡିଫେନ୍ସ ଆଡଭାଇଜରି ଗ୍ରୁପ୍, ଫ୍ଲାଗ୍ ଅଫିସର କମାଣ୍ଡିଂ ୱେଷ୍ଟର୍ନ ଫ୍ଲିଟ୍ ଏବଂ ଫ୍ଲାଗ୍ ଅଫିସର ସି ଟ୍ରେନିଂ ପଦବୀରେ କାର୍ଯ୍ୟ କରିସାରିଛନ୍ତି। ସେ ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟର ଦ୍ୱିତୀୟ କମାଣ୍ଡିଂ ଅଫିସର ଥିଲେ।



