
ଭୁବନେଶ୍ୱର, 9 ମେ- ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ କହିଛନ୍ତି ଆଇନ୍ ମନ୍ତ୍ରୀ ।
ସୌମ୍ୟ ରଂଜନଙ୍କୁ ଭିଡ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ, ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ । ରାଜ୍ୟରେ ଦଣ୍ଡବିଧାନ ହାର ବଢ଼ିଛି, ଦୈନିକ ରିପୋର୍ଟ ନିଆଯାଉଛି । ଆଗକୁ ଯେମିତି ଏଭଳି ଘଟଣା ନ ଘଟିବ ସରକାର ତତ୍ପର ଅଛନ୍ତି । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ବାଲିଅନ୍ତା GRP କନଷ୍ଟେବଲ୍ ସୌମ୍ୟ ହତ୍ୟା ମାମଲାରେ ଆଉ ୨ ଅଟକ । ବେଣୁପୁର ଗାଁର ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।



