ଦେଶମୁଖ୍ୟ ଖବର

୨,୦୪୨ ମା’ଙ୍କ ଦୁଗ୍ଧଦାନରେ ସୁସ୍ଥ ହେଲେ ୪୫୧ ନବଜାତ ଶିଶୁ

ଅହମଦାବାଦ: ଗୁଜରାଟର ଅହମଦାବାଦ ସିଭିଲ ହସ୍ପିଟାଲର ‘ମା ବାତ୍ସଲ୍ୟ ମିଲ୍କ ବ୍ୟାଙ୍କ’ ନବଜାତ ଶିଶୁଙ୍କ ପାଇଁ ଜୀବନଦାୟିନୀ ସାବ୍ୟସ୍ତ ହୋଇଛି। ୨,୦୪୨ ଜଣ ମା’ଙ୍କ ଦ୍ୱାରା ଦାନ କରାଯାଇଥିବା ୪୩୪ ଲିଟର ମାନବ କ୍ଷୀର ଯୋଗୁଁ ୪୫୧ ଜଣ ଅସୁସ୍ଥ ଓ ଅପ୍ରାପ୍ତବୟସ୍କ ନବଜାତ ଶିଶୁ ସୁସ୍ଥ ହୋଇପାରିଛନ୍ତି।
୨୦୨୫ ଅଗଷ୍ଟ ୨୮ରୁ ଆରମ୍ଭ ହୋଇଥିବା ଏହି ମିଲ୍କ ବ୍ୟାଙ୍କର ଲକ୍ଷ୍ୟ ହେଉଛି, ସ୍ୱାସ୍ଥ୍ୟଗତ କାରଣରୁ ସ୍ତନ୍ୟପାନ କରାଇପାରୁନଥିବା ମା’ମାନଙ୍କ ଶିଶୁଙ୍କୁ ପୋଷଣ ଯୋଗାଇବା। ହସ୍ପିଟାଲର ନବଜାତ ଶିଶୁ ଚିକିତ୍ସା ବିଭାଗ ଏହି କାର୍ଯ୍ୟକୁ ସହଯୋଗ କରୁଛି।
ମିଲ୍କ ବ୍ୟାଙ୍କ ଇନ୍‌ଚାର୍ଜ ଡାକ୍ତର ସୁଚେତା ମୁନ୍‌ଶି କହିଛନ୍ତି, ମା’ର କ୍ଷୀର ନବଜାତ ଶିଶୁଙ୍କ ପାଇଁ ଅମୃତ ସମାନ। ଏହା ଶିଶୁଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ସୁସ୍ଥ ବିକାଶରେ ସହାୟକ ହୁଏ।
ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ମାନବିକତା ଓ ସାମାଜିକ ସେବାର ଏକ ଉଦାହରଣ ବୋଲି କହିଛନ୍ତି।

Show More

Related Articles

Back to top button