ଦେଶ

ବିହାର ଟିଆରଇ-୪ ଆନ୍ଦୋଳନ: ଛାତ୍ରନେତା ଦିଲୀପ କୁମାରଙ୍କ ସହ ୫ ହଜାର ଅଜଣାଙ୍କ ବିରୋଧରେ ମାମଲା

ପାଟନା: ବିହାରରେ ଟିଆରଇ-୪ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ନେଇଛି। ପ୍ରଦର୍ଶନ ପରେ ପୋଲିସ ଛାତ୍ରନେତା ଦିଲୀପ କୁମାରଙ୍କ ସହ ଚାରିଜଣ ଚିହ୍ନଟ ବ୍ୟକ୍ତି ଓ ପ୍ରାୟ ୫ ହଜାର ଅଜଣା ପ୍ରତିବାଦକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ପାଟନା ପୋଲିସର ସୂଚନା ଅନୁସାରେ, ପ୍ରତିବାଦ ସମୟରେ ଆଇନଶୃଙ୍ଖଳା ଭଙ୍ଗ, ଯାତାୟାତ ବାଧା ଓ ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ ଘଟିଥିଲା। ଘଟଣାରେ କିଛି ପୋଲିସ ଓ ପ୍ରଦର୍ଶନକାରୀ ଆହତ ହୋଇଥିବା କୁହାଯାଇଛି। ଏପର୍ଯ୍ୟନ୍ତ ଦିଲୀପ କୁମାର ସହ ଚାରିଜଣଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ, ଆନ୍ଦୋଳନକାରୀମାନେ ପୋଲିସର ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସେମାନଙ୍କ ପଦଯାତ୍ରା ଶାନ୍ତିପୂର୍ଣ୍ଣ ଥିଲା। ପୋଲିସ ବିନା କାରଣରେ ଲାଠିଚାର୍ଜ କରିଥିବା ଏବଂ ମିଥ୍ୟା ମାମଲା କରିଥିବା ସେମାନେ ଅଭିଯୋଗ କରିଛନ୍ତି।
ଗତ ଦୁଇ ବର୍ଷ ଧରି ଟିଆରଇ-୪ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନ ହେବାରୁ ଲକ୍ଷାଧିକ ଚାକିରି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।

Show More

Related Articles

Back to top button