Breaking PLUSଦେଶମୁଖ୍ୟ ଖବର
ଦୁଇ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ, ଭିତ୍ତିଭୂମି ଓ ଶିଳ୍ପକୁ ମିଳିବ ଗତି

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକ ଓ ତେଲେଙ୍ଗାନା ଗସ୍ତ କରିବେ। ଏହି ଅବସରରେ ସେ ପ୍ରାୟ ୯,୪୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ।
ପ୍ରଥମେ ସେ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର ୪୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ‘ଧ୍ୟାନ ମନ୍ଦିର’ର ଉଦ୍ଘାଟନ କରିବେ। ଏହା ସହ ମାନସିକ ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ ଓ ପରିବେଶ ସୁରକ୍ଷା ସମ୍ପର୍କିତ କିଛି ସେବା କାର୍ଯ୍ୟକ୍ରମର ଆରମ୍ଭ କରିବେ।
ପରେ ହାଇଦ୍ରାବାଦରେ ସେ ସଡ଼କ, ରେଳ, ଶିଳ୍ପ, ବସ୍ତ୍ର ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଅନେକ ପ୍ରକଳ୍ପ ଦେଶକୁ ସମର୍ପଣ କରିବେ। ଏଥିରେ ଜାତୀୟ ରାଜପଥ ପ୍ରକଳ୍ପ, ପିଏମ୍ ମିତ୍ର ଟେକ୍ସଟାଇଲ୍ ପାର୍କ, ରେଳ ପ୍ରକଳ୍ପ ଓ ମାଲକାପୁର ଟର୍ମିନାଲ୍ ଅନ୍ତର୍ଭୁକ୍ତ ଅଛି।
କେନ୍ଦ୍ର ସରକାର କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ବିକାଶ ଓ ରୋଜଗାର ସୃଷ୍ଟିରେ ସହାୟକ ହେବ।



