Breaking PLUSଓଡ଼ିଶାମୁଖ୍ୟ ଖବର
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା

ଭୁବନେଶ୍ୱର, 10 ମେ- ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଆସନ୍ତାକାଲି ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ତେବେ ଏହା କେଉଁ ଦିଗରେ ଗତି କରିବ ଓ ପ୍ରଭାବ କ’ଣ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନି।
ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ନେଇ ଭିନ୍ନ ଭିନ୍ନ ମଡେଲ ଆକଳନ କରିଛନ୍ତି। ଏହା ଭିତରେ ମନ୍ନାର ଉପସାଗର ଏବଂ ସମୀବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏପଟେ ଗତକାଲି ବି ରାଜ୍ୟରେ ତାଉ ଦେଖାଇଛି ତାତି। ଖରା ସାଙ୍ଗକୁ ଗୁଳିଗୁଳିରେ ଘାଣ୍ଟି ହେଉଛନ୍ତି ଲୋକେ।



