Breaking PLUSଦେଶମୁଖ୍ୟ ଖବର
ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇନ୍ଧନ ସଞ୍ଚୟ ପାଇଁ ମୋଦୀଙ୍କ ଆହ୍ୱାନ

ନରେନ୍ଦ୍ର ମୋଦୀ ରବିବାର ହାଇଦ୍ରାବାଦ ଗସ୍ତ ଅବସରରେ ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ସଞ୍ଜମପୂର୍ଣ୍ଣ ବ୍ୟବହାର କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ଭାରତ ବହୁ ପରିମାଣରେ ଇନ୍ଧନ ଆମଦାନୀ ଉପରେ ନିର୍ଭର କରୁଥିବାରୁ ବିଶ୍ୱ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅପଚୟ ରୋକିବା ଆବଶ୍ୟକ।
ତେଲେଙ୍ଗାନା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପ୍ରାୟ ୯,୩୭୭ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏଥିରେ ପିଏମ୍ ମିତ୍ର ପାର୍କ ମୁଖ୍ୟ ଆକର୍ଷଣ ଥିଲା। ଏହି ପାର୍କ ଦେଶର ବସ୍ତ୍ର ଶିଳ୍ପକୁ ନୂଆ ଗତି ଦେବା ସହ ଯୁବପିଢ଼ି ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ଏହାଛଡ଼ା ହାଇଦ୍ରାବାଦ-ପାଣାଜୀ ଇକୋନୋମିକ କରିଡର, ରେଳ ଭିତ୍ତିଭୂମି ବିକାଶ ଓ ଗ୍ରୀନଫିଲ୍ଡ ପିଓଏଲ ଟର୍ମିନାଲ ପରି ପ୍ରକଳ୍ପଗୁଡ଼ିକ ମଧ୍ୟ ଦକ୍ଷିଣ ଭାରତର ଅର୍ଥନୀତିକୁ ଶକ୍ତିଶାଳୀ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।



