ଦୁର୍ଘଟଣାମୁଖ୍ୟ ଖବରରାଜନୀତି

ସାଂସଦ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ

ଏନ୍‌ସିପିର କାର୍ଯ୍ୟକାରୀ ସଭାପତି ଓ ଲୋକସଭା ସାଂସଦ ସୁପ୍ରିୟା ସୁଲେ ଶନିବାର ଏକ କାର୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ମୁମ୍ବଇରୁ ପୁଣେ ଯାଉଥିବାବେଳେ ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ଏକ ଅଜଣା ଗାଡି ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ତେବେ ସୁପ୍ରିୟା ସୁଲେ, ଡ୍ରାଇଭର ଓ ଅନ୍ୟ ଆରୋହୀମାନେ ସିଟ୍‌ ବେଲ୍‌ଟ ପିନ୍ଧିଥିବାରୁ ସମସ୍ତେ ସୁରକ୍ଷିତ ରହିଥିବା ସେ କହିଛନ୍ତି। ଧକ୍କା ଦେଇଥିବା ଗାଡିଟି ଗୁଜରାଟରେ ପଞ୍ଜୀକୃତ ହୋଇଥିବା ସୂଚନା ମଧ୍ୟ ସୁପ୍ରିୟା ଗଣମାଧ୍ୟମକୁ ଦେଇଛନ୍ତି।

Show More

Related Articles

Back to top button