ମୁଖ୍ୟ ଖବରରାଜନୀତି

ତ୍ରିଚି ଆସନ ଛାଡିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

ପେରାମ୍ବୁରରୁ ଜାରି ରହିବ ରାଜନୈତିକ ଯାତ୍ରା

ଟିଭିକେ ନେତା ଚନ୍ଦ୍ରଶେଖର ଯୋଶେଫ ବିଜୟ ରବିବାର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ତୁରନ୍ତ ଏକ ବଡ଼ ରାଜନୈତିକ ନିଷ୍ପତ୍ତି ନେଇଛନ୍ତି। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ବିଜୟୀ ହୋଇଥିବା ବିଜୟ ତିରୁଚିରାପଲ୍ଲୀ-ପୂର୍ବ (ତ୍ରିଚି) ଆସନରୁ ଇସ୍ତଫା ଦେଇଥିବା ଜଣାପଡିଛି। ସେ ଏବେ ପେରାମ୍ବୁର ଆସନକୁ ନିଜର ପ୍ରତିନିଧିତ୍ୱ କ୍ଷେତ୍ର ଭାବେ ରଖିବେ।

ବିଜୟ ଏହି ନିର୍ବାଚନରେ ତ୍ରିଚି ଏବଂ ପେରାମ୍ବୁର—ଉଭୟ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତ୍ରିଚିରେ ସେ ଡିଏମକେ ପ୍ରାର୍ଥୀ ଏସ୍‌. ଇନିଗୋ ଇରୁଦାୟାରାଜଙ୍କୁ ପରାସ୍ତ କରିଥିବାବେଳେ ପେରାମ୍ବୁରରେ ଡିଏମକେର ଆର୍‌.ଡି. ଶେଖରଙ୍କୁ ହରାଇ ବିଜୟ ହାସଲ କରିଥିଲେ। ଦୁଇଟି ଆସନରେ ଜିତିବା ପରେ କେଉଁ ଆସନ ରଖିବେ ସେନେଇ ଚର୍ଚ୍ଚା ଚାଲିଥିଲା। ଶେଷରେ ବିଜୟ ପେରାମ୍ବୁର ଆସନକୁ ବାଛି ତ୍ରିଚି ଆସନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ବିଜୟଙ୍କ ଏହି ପଦକ୍ଷେପକୁ ତାମିଲନାଡୁ ରାଜନୀତିରେ ଏକ ରଣନୀତିମୂଳକ ନିଷ୍ପତ୍ତି ଭାବେ ଦେଖାଯାଉଛି।

Show More

Related Articles

Back to top button