ଦେଶ ବିଦେଶମୁଖ୍ୟ ଖବରରାଜନୀତି

ସାର ସଙ୍କଟ ମଧ୍ୟରେ ନେପାଳକୁ ସହାୟତାର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି କାରଣରୁ ସାର ଯୋଗାଣ ବାଧାପ୍ରାପ୍ତ ହେବା ପରେ ନେପାଳକୁ ସାର ଯୋଗାଣ କରିବାକୁ ଭାରତ ସହମତି ପ୍ରକାଶ କରିଛି। ଏନେଇ ମଙ୍ଗଳବାର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ନେପାଳ ଭାରତଠାରୁ ୮୦ ହଜାର ଟନ୍ ସାର କିଣିବ। ଏଥିରେ ୬୦ ହଜାର ଟନ୍ ୟୁରିଆ ଓ ୨୦ ହଜାର ଟନ୍ ଡିଏପି ସାମିଲ ରହିଛି। ସରକାର-ସରକାର ଚୁକ୍ତି ମାଧ୍ୟମରେ ଏହି ସାର ଯୋଗାଣ କରାଯିବ। ଧାନ ରୋପଣ ଋତୁ ପୂର୍ବରୁ ସାର ସଙ୍କଟ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଭାରତ ବର୍ତ୍ତମାନ ପଡ଼ୋଶୀ ଦେଶଗୁଡ଼ିକୁ ଡିଜେଲ ଓ ଅନ୍ୟ ଇନ୍ଧନ ସାମଗ୍ରୀ ମଧ୍ୟ ଯୋଗାଇ ଆସୁଛି। ବାଂଲାଦେଶ, ଭୁଟାନ, ନେପାଳ ଓ ଶ୍ରୀଲଙ୍କାକୁ ଇନ୍ଧନ ଯୋଗାଣ ଜାରି ରହିଥିବା ବିଦେଶ ମନ୍ତ୍ରଣାଳୟ କହିଛି।
ଗଲ୍ଫ ଅଞ୍ଚଳରୁ ଆସିବାକୁ ଥିବା ସାର ଜାହାଜ ହର୍ମୁଜ୍ ସମୁଦ୍ର ସଙ୍କଟ କାରଣରୁ ବାଧାପ୍ରାପ୍ତ ହେବା ପରେ ନେପାଳ ସରକାର ଜରୁରୀ ଭିତ୍ତିରେ ଭାରତଠାରୁ ସାର କ୍ରୟକୁ ଅନୁମୋଦନ କରିଥିଲା। ଏହି ସାର ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ନେପାଳ ପହଞ୍ଚିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button