Breaking PLUSଓଡ଼ିଶାମୁଖ୍ୟ ଖବର

ତୈଳ ସଙ୍କଟ ନାହିଁ, ଅଯଥା ଭୟଭୀତ ହୋଇ କ୍ରୟ ନକରିବାକୁ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର: ରାଜ୍ୟରେ କୌଣସି ତୈଳ ସଙ୍କଟ ନଥିବା ସ୍ପଷ୍ଟ କରି ଅଯଥା ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କ୍ରୟ ନକରିବାକୁ ରାଜ୍ୟ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗର ପ୍ରଧାନ ସଚିବ ସଞ୍ଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟରେ ପେଟ୍ରୋଲିୟମ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ରହିଛି ଏବଂ ଲୋକମାନେ ଆବଶ୍ୟକତା ଅନୁଯାୟୀ ତୈଳ ପାଇପାରିବେ।
ସେ କହିଛନ୍ତି ଯେ, କୌଣସି ଜିଲ୍ଲାରେ ତୈଳ ଅଭାବ ଦେଖାଦେଲେ ତୁରନ୍ତ ହସ୍ତକ୍ଷେପ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଏକ ପ୍ରତିଶତରୁ କମ୍ ପେଟ୍ରୋଲ ପମ୍ପରେ ସାମୟିକ ଭାବେ ତୈଳ ସରିଯାଇଛି, କିନ୍ତୁ ସେଥିରେ ଚିନ୍ତାର କିଛି ନାହିଁ।
ସରକାର ତୈଳ ବଣ୍ଟନ ବ୍ୟବସ୍ଥା ଉପରେ କଡ଼ା ନଜର ରଖିଥିବା ସହ ତୈଳ କମ୍ପାନୀମାନଙ୍କ ସହ ନିରନ୍ତର ସମ୍ପର୍କରେ ରହିଛନ୍ତି ବୋଲି ସେ କହିଛନ୍ତି।
ସଞ୍ଜୟ ସିଂହ ଲୋକମାନଙ୍କୁ ତୈଳ ଅଭାବ ସମ୍ପର୍କିତ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଥିବାବେଳେ ତୈଳ ମହଜୁଦ କରୁଥିବା ଲୋକଙ୍କ ଉପରେ ମଧ୍ୟ ସରକାର ନଜର ରଖିଥିବା କହିଛନ୍ତି।
ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଏବଂ ଅଧିକ କିଣାକାଟା ଦେଖାଯାଇଥିବା ପରିପ୍ରେକ୍ଷିରେ ଖାଦ୍ୟ ଯୋଗାଣ ବିଭାଗ ଲୋକମାନଙ୍କୁ ଶାନ୍ତ ରହିବା ଓ ଅନାବଶ୍ୟକ ଭୟଭୀତ ହୋଇ କ୍ରୟ ନକରିବାକୁ ଅନୁରୋଧ କରିଛି।

Show More

Related Articles

Back to top button