Breaking PLUSଓଡ଼ିଶାମୁଖ୍ୟ ଖବର

୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ଭୁବନେଶ୍ୱର, 26 ମେ- ପୁଣି ପୋଲିସର ଏନକାଉଂଟର ।  ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର  । ବ୍ରହ୍ମପୁର ଉପକଣ୍ଠ ରତ୍ନପୁରରେ ପୋଲିସର ଏନ୍‌କାଉଣ୍ଟର  ।

ବଡ଼ଗଡ଼ ନୂଆଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁର ସରୋଜ ପଣ୍ଡାଙ୍କୁ ଗୁଳି କରିଛି ପୋଲିସ । ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ସଂପୃକ୍ତ ଥିଲେ  । ରାଜସ୍ଥାନରୁ ୪ ଅଭିଯୁକ୍ତଙ୍କୁ ଧରି ରିମାଣ୍ଡରେ ଆଣୁଥିଲା ପୋଲିସ  । ରତ୍ନପୁରରେ ୨ ଅଭିଯୁକ୍ତ ଫେରାର ଉଦ୍ୟମ କରିଥିଲେ । ପୋଲିସ ଗୋଡ଼ାଇବା ବେଳେ ବୋମାମାଡ଼ ସହ ଆକ୍ରମଣ କରିଥିଲେ  । ପୋଲିସର ପାଲଟା ଗୁଳିରେ ୨ ଆହତ, ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button