Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଆସନ୍ତା ୪ରୁ ୫ ଦିନରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ, 31 ମେ- ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମି ବାୟୁ କେରଳମ୍ ଏବଂ ତାମିଲନାଡ଼ୁର କିଛି ଅଞ୍ଚଳ ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୌସୁମି ବୁଲେଟିନରେ ଏହା ସ୍ପଷ୍ଟ କରିଛି। ସାଧାରଣତଃ ଦକ୍ଷିଣ- ପଶ୍ଚିମ ମୌସୁମି ବାୟୁ ଜୁନ ୧ରେ କେରଳମ୍ ଛୁଇଁଥାଏ। ତେବେ ଚଳିତବର୍ଷ ମେ’ ୨୬ରେ ମୌସୁମି କେରଳମ୍ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା। ଯାହା ପରବର୍ତ୍ତୀ ସମୟରେ ଭୁଲ ପ୍ରମାଣିତ ହୋଇଥିଲା।
ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଆସନ୍ତା ୫ ଦିନରେ ମୌସୁମି କେରଳମ୍ ଛୁଇଁବ ବୋଲି ଆଇଏମଡି କହିଛି।



