Breaking PLUSଓଡ଼ିଶାମୁଖ୍ୟ ଖବର

କବିସୂର୍ଯ୍ୟନଗର ଥାର୍ଡ ଡିଗ୍ରୀ; HRPCକୁ ହସ୍ତାନ୍ତର ହେବ ସିସିଟିଭି ଫୁଟେଜ୍

ଭୁବନେଶ୍ୱର, 4 ଜୁନ- କବିସୂର୍ଯ୍ୟନଗର ଥାର୍ଡ ଡିଗ୍ରୀ ମାମଲା ।  HRPCକୁ ହସ୍ତାନ୍ତର ହେବ ସିସିଟିଭି ଫୁଟେଜ୍ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ହରିଶ ବିଶି  ।

ଥାନାରେ ଥିବା ସମସ୍ତ ୨୦ଟି ସିସିଟିଭିର ଫୁଟେଜକୁ ହସ୍ତାନ୍ତର କରାଯିବ । ତଦନ୍ତ ଦାୟିତ୍ୱରେ ଥିବା HRPCକୁ ହସ୍ତାନ୍ତର କରାଯିବ । ଫାଣ୍ଡି SI ବୟାନ ବଦଳାଇବାକୁ ଚାପ ପକାଉଥିବା ଅଭିଯୋଗର ତଦନ୍ତ ହେବ । କଲ୍ ସିଡିଆର୍ ଯାଞ୍ଚ କରାଯିବା ନେଇ ଏସ୍‌ପିଙ୍କ ସୂଚନା ।

ଏଠାରେ ସୂଚନାଯୋଗ୍ୟ, ଥାନା ଭିତରେ ସୁଶାନ୍ତ ସାହୁଙ୍କୁ ନିର୍ଯାତନା ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଥାନାରେ ନିର୍ଯାତନା ଓ ନିର୍ଧୁମ ମାଡ଼ ମାରିବା ସହ ଗରମ ପାଣି ଢାଳି ଲଙ୍କାଗୁଣ୍ଡ ପକାଇଦେଇଥିବା ନେଇ ଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି ।

Show More

Related Articles

Back to top button