Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ବଲପୁରରେ ଡବଲ୍ ମର୍ଡର , ଜଣେ ଅଟକ

ସମ୍ବଲପୁର, ୦୮,  ଜୁନ୍- ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଖଡିଆପଡା ଗ୍ରାମରେ ଡବଲ ମର୍ଡର । ସବୁଦିନ ପରି ରବିବାର ରାତିରେ ଗ୍ରାମବାସୀ ଖାଇପିଇ ଶୋଇଥିଲେ । ମାତ୍ର ସୋମବାର ପ୍ରତ୍ୟୁଷରେ ଗୋଟିଏ ପରିବାରର ମାଁ ଓ ଝିଅଙ୍କୁ ନୃଶଂସ ହତ୍ୟା ହୋଇଥିବା ଘଟଣା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିଲା  । ଏହି ଘଟଣା ପ୍ରଚାରିତ ହେବା ସହ ଶାସନଥାନାରେ ପହଞ୍ଚିଥିଲା । ଏଭଳି ଖବର ମିଳିବା ପରେ ଶାସନ ଥାନ ପୋଲିସ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏବେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗାଁ ରହିଥିବା ବେଳେ ମୃତକଙ୍କ ଘର ଚତୁଃପାର୍ଶ୍ଵରେ ମଧ୍ୟ ପୋଲିସ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି ।

କୌଣସି ଗୁଣି ଗାରେଡି ଘଟଣାକୁ ନେଇ ରବିବାର ବିଳମ୍ବିତ ରାତିରେ ଏହି ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟିଥିବା ବେଳେ ସୋମବାର ପ୍ରତ୍ୟୁଷରେ ଏହା ଜଣାପଡିଥିଲା । ଏହି ହତ୍ୟାକାଣ୍ଡ ଘଟଣା ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରାଇଛି। ତେବେ ମୃତକଙ୍କ ଘର ପଡୋଶୀ ଏହି ହତ୍ଯାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।

Show More

Related Articles

Back to top button