ମୁଖ୍ୟ ଖବରରାଜନୀତି

ମହୁଆ ମୋଇତ୍ରଙ୍କ ଗିରଫ ପରୱାନା ଉପରେ ହାଇକୋର୍ଟଙ୍କ ରୋକ

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ନାଦିଆ ଜିଲ୍ଲାର କୃଷ୍ଣନଗର କୋର୍ଟ ଜାରି କରିଥିବା ଗିରଫ ପରୱାନା ଉପରେ ସୋମବାର ରୋକ ଲଗାଇଛନ୍ତି କଲକାତା ହାଇକୋର୍ଟ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ମହୁଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ହେବ ନାହିଁ ବୋଲି ଜଷ୍ଟିସ୍ ଦେବାଂଶୁ ବସାକ ଓ ଜଷ୍ଟିସ୍ ଆର୍ଯ୍ୟକ ଦତ୍ତଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ରେ ହେବ। ସେହିଦିନ ଅଭିଯୋଗକାରୀଙ୍କ ପକ୍ଷ ମଧ୍ୟ ଶୁଣାଯିବ।
ସୂଚନାଯୋଗ୍ୟ, ଅଗଷ୍ଟ ୧୯ରେ କୃଷ୍ଣନଗର କୋର୍ଟ ମହୁଆଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଭାରତୀୟ ସେନା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ସହ ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରହିଛି।
ଅଭିଯୋଗକାରୀଙ୍କ ଓକିଲଙ୍କ ଦାବି ଅନୁସାରେ, ମହୁଆଙ୍କୁ ଏକାଧିକ ଥର ସମନ୍‌ କରାଯାଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇନଥିଲେ। ତେଣୁ ପରୱାନା ଜାରି କରାଯାଇଥିଲା।
ତେବେ ହାଇକୋର୍ଟରେ ମହୁଆଙ୍କ ଓକିଲ କହିଥିଲେ, ଅଗଷ୍ଟ ୧୮ରେ ସେ କୋର୍ଟରେ ଉପସ୍ଥିତ ଥିଲେ, କିନ୍ତୁ ବାର୍‌ ଆସୋସିଏସନ୍‌ର ଧର୍ମଘଟ ଯୋଗୁ ଶୁଣାଣି ହୋଇନଥିଲା। ପରଦିନ ତାଙ୍କ ବିରୋଧରେ ପରୱାନା ଜାରି ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ଶୁଣାଣି ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟରେ ହେବା ଉଚିତ ବୋଲି ମଧ୍ୟ ଓକିଲ ଯୁକ୍ତି ରଖିଥିଲେ।

Show More

Related Articles

Back to top button