Breaking PLUSଦେଶମୁଖ୍ୟ ଖବରରାଜନୀତି

ମମତାଙ୍କ ଦାବି: ରାସ୍ତାକୁ ଓହ୍ଲାଇଲେ ଗୃହବନ୍ଦୀ କରିବାକୁ ଧମକ ଦେଇଛନ୍ତି ଶୁଭେନ୍ଦୁ

ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଲେ ତାଙ୍କୁ ଘରୁ ବାହାରିବାକୁ ଦିଆଯିବ ନାହିଁ ଏବଂ ଗୃହବନ୍ଦୀ କରାଯିବ ବୋଲି ଶୁଭେନ୍ଦୁ ଧମକ ଦେଇଥିବା ମମତା ଦାବି କରିଛନ୍ତି।

ମମତା ଏହି ଅଭିଯୋଗର ସମର୍ଥନରେ ଶୁଭେନ୍ଦୁଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆଣିଛନ୍ତି। ଭିଡିଓରେ ମମତାଙ୍କୁ ଫେସବୁକ୍‌ରେ ସୀମିତ ରହିବାକୁ ଏବଂ ରାସ୍ତାକୁ ନ ଆସିବାକୁ ଶୁଭେନ୍ଦୁ କହୁଥିବା ଦାବି କରିଛନ୍ତି ସେ। ଏହାକୁ ନେଇ ଉଭୟ ଦଳ ମଧ୍ୟରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି।

ମମତା କହିଛନ୍ତି ଯେ ସେ ରାଜନୀତିରୁ ଅବସର ନେବେ ନାହିଁ। ବିଜେପିକୁ ରାଜନୈତିକ ଭାବେ ମୁକାବିଲା କରିବା ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିବେ। ତାଙ୍କ କହିବା ଅନୁଯାୟୀ, ମାତ୍ର ଚାରି ମାସ ମଧ୍ୟରେ ରାଜ୍ୟବାସୀ ବିଜେପିର ଅସଲ ଚେହେରା ଦେଖିସାରିଛନ୍ତି।

ବିଜେପି ରାଜ୍ୟବାସୀଙ୍କୁ ପ୍ରତାରିତ କରୁଥିବା ଅଭିଯୋଗ କରି ମମତା କହିଛନ୍ତି ଯେ ଦଳର ନୀତି ଓ କାର୍ଯ୍ୟକଳାପ ବିରୋଧରେ ସେ ଆଗକୁ ମଧ୍ୟ ସ୍ୱର ଉଠାଇବେ। ମମତାଙ୍କ ଏହି ମନ୍ତବ୍ୟ ପରେ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ବିବାଦ ସୃଷ୍ଟି ହୋଇଛି।

Show More

Related Articles

Back to top button