Breaking PLUSମୁଖ୍ୟ ଖବରଶିକ୍ଷା

ଯୁକ୍ତ୨ରେ ଆଉ ଦୁଇ ନୂଆ ବୃତ୍ତିମୂଳକ ବିଷୟ

ପିଲାଙ୍କୁ ମିଳିବ ଚାକିରିମୁହାଁ ପ୍ରଶିକ୍ଷଣ

ଭୁବନେଶ୍ୱର: ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କୁ ଅଧିକ ବୃତ୍ତିମୁଖୀ କରିବା ଲକ୍ଷ୍ୟରେ ଆଉ ଦୁଇଟି ନୂଆ ପାଠ୍ୟକ୍ରମ ସାମିଲ ହୋଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ହେଲ୍‌ଥକେୟାର ଏବଂ ଆପାରେଲ୍ସକୁ ନୂଆ ଟ୍ରେଡ୍‌ ଭାବେ ଅନୁମୋଦନ ମିଳିଛି।

କଳା, ବିଜ୍ଞାନ, ବାଣିଜ୍ୟ ଓ ବୃତ୍ତିମୂଳକ ଶିକ୍ଷାର ଛାତ୍ରୀଛାତ୍ର ଏହି ଦୁଇ ବିଷୟରୁ ଗୋଟିଏକୁ ଷଷ୍ଠ ବିଷୟ ଭାବେ ଚୟନ କରିପାରିବେ। ଏହାଦ୍ୱାରା ପାଠପଢ଼ା ସହ ନିଯୁକ୍ତି ଉପଯୋଗୀ ଦକ୍ଷତା ହାସଲ କରିବାର ସୁଯୋଗ ମିଳିବ।

ଓସେପା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ସିଏଚ୍‌ଏସ୍‌ଇ ଏକାଡେମିକ କମିଟିର ବୈଠକରେ ଆଲୋଚନା ପରେ ଏହି ଦୁଇ ପାଠ୍ୟକ୍ରମକୁ ଇଣ୍ଟିଗ୍ରେଟେଡ୍‌ ଭୋକେଶନାଲ୍‌ ଷ୍ଟ୍ରିମ୍‌ରେ ସାମିଲ କରାଯାଇଛି।

ହେଲ୍‌ଥକେୟାର ପାଠ୍ୟକ୍ରମରେ ‘ଜେନେରାଲ ଡ୍ୟୁଟି ଆସିଷ୍ଟାଣ୍ଟ ଟ୍ରେନି’ ଭାବେ କାର୍ଯ୍ୟ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବ। ଆପାରେଲ୍ସରେ ‘ଆସିଷ୍ଟାଣ୍ଟ ଫ୍ୟାଶନ୍‌ ଡିଜାଇନର’ ଭାବେ କାମ କରିବା ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରାଯିବ। ଉଭୟ ପାଠ୍ୟକ୍ରମରେ ଭୋପାଳସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା କେନ୍ଦ୍ରୀୟ ବୃତ୍ତିମୂଳକ ଶିକ୍ଷା ପ୍ରତିଷ୍ଠାନ ପ୍ରସ୍ତୁତ ମାନକ ପାଠ୍ୟକ୍ରମ ଓ ଶିକ୍ଷଣ ସାମଗ୍ରୀ ଅନୁସରଣ କରାଯିବ।

Show More

Related Articles

Back to top button