Breaking PLUSଅପରାଧଦେଶମୁଖ୍ୟ ଖବର
ଦୁଷ୍କର୍ମ ମାମଲାରେ ଜେଲ୍ ଯିବେ ତରୁଣ ତେଜପାଲ, କୋର୍ଟରେ କଲେ ଆତ୍ମସମର୍ପଣ

ପଣଜୀ: କନିଷ୍ଠ ସହଯୋଗୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ତରୁଣ ତେଜପାଲ ଗୋଆର ଏକ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ବମ୍ବେ ହାଇକୋର୍ଟ ତାଙ୍କୁ ଏହି ମାମଲାରେ ୧୦ ବର୍ଷର ଜେଲ୍ଦଣ୍ଡ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ତେଜପାଲଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ ସେ ଗୋଆର କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଛନ୍ତି। ଏବେ ତାଙ୍କୁ ଜେଲ୍ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।
କନିଷ୍ଠ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତେଜପାଲଙ୍କ ବିରୋଧରେ ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଚାଲିଥିଲା। ଏହି ମାମଲା ଦେଶବ୍ୟାପୀ ଚର୍ଚ୍ଚାରେ ରହିଥିଲା।


