Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ଦିଲ୍ଲୀରେ ୫ ମହଲା କୋଠା ଭୁଶୁଡ଼ିଲା, ଧ୍ୱଂସାବଶେଷ ତଳେ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୁଶୁଡ଼ିଲା ଏକ ୫ ମହଲା କୋଠା। ନ୍ୟୁ ସୀମାପୁରୀ ଅଞ୍ଚଳର ଇଦଗାହ ମାଛ ମାର୍କେଟ ନିକଟରେ ଏହି ଅଘଟଣ ଘଟିଛି। ଅପରାହ୍ନ ପ୍ରାୟ ୩ଟା ୧୫ରେ କୋଠା ଭୁଶୁଡ଼ିଥିବା ନେଇ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଦିଲ୍ଲୀ ପୁଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

ଧ୍ୱଂସାବଶେଷ ତଳେ କିଛି ଲୋକ ଫସିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦୁଇ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ରାଜୀବ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ଅନୁସାରେ, ଗଳି ଭିତରେ ଥିବା ଏହି କୋଠାଟି ଗତବର୍ଷ ନିର୍ମାଣ ହୋଇଥିଲା। ତଳ ମହଲାରେ ଦୋକାନ ଥିବା ବେଳେ ଉପର ମହଲାଗୁଡ଼ିକରେ ଏକାଧିକ ପରିବାର ରହୁଥିଲେ। କୋଠା ମାଲିକ ଓ ତାଙ୍କ ପରିବାର ମଧ୍ୟ ସେଠାରେ ରହୁଥିବାରୁ ସେମାନେ ଫସିଥିବା ଆଶଙ୍କା ରହିଛି। ମୁଖ୍ୟ ଅଗ୍ନିଶମ ଅଧିକାରୀ ଏ.କେ. ମଲିକ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୬ରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ ୫ ମହଲା ପିଜି କୋଠା ଭୁଶୁଡ଼ି ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା।

Show More

Related Articles

Back to top button