Breaking PLUSଅପରାଧଦୁର୍ଘଟଣାଦେଶଦେଶ ବିଦେଶମୁଖ୍ୟ ଖବର

ଫ୍ଲାଇଦୁବାଇ ବିମାନରେ ପାଇଲଟ୍‌ଙ୍କୁ ଆକ୍ରମଣ ଘଟଣା, ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନର କକ୍‌ପିଟ୍‌ ଭିତରେ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଭାର ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଏହି ମାମଲାରେ ଅକ୍ଟୋବର ୯ରେ ସଂସ୍ଥା ପକ୍ଷରୁ ମାମଲା ରୁଜୁ କରାଯାଇଛି। ୨୦୧୬ର ଆଣ୍ଟି-ହାଇଜାକିଂ ଆଇନ ଏବଂ ୧୯୬୭ର ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।

ସେପ୍ଟେମ୍ବର ୩୦ରେ ବିମାନଟି ଦୁବାଇରୁ ତେଲ୍‌ ଆଭିଭ୍‌ ଯାଉଥିବା ସମୟରେ କକ୍‌ପିଟ୍‌ ଭିତରେ ସ୍ମିତ୍‌ ମଚ୍ଛରଙ୍କୁ ଆକ୍ରମଣ କରାଯାଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତଥାପି ସେ କକ୍‌ପିଟ୍‌ର କବାଟ ଖୋଲିବାରେ ସଫଳ ହେବାରୁ ଅନ୍ୟମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ଏହାଦ୍ୱାରା ବିମାନରେ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇପାରିଥିଲା।

ଘଟଣା ପରେ ବିମାନଟିକୁ ସାଉଦି ଆରବର ତବୁକ୍‌କୁ ନିଆଯାଇଥିଲା। ସେଠାରେ ଆହତ ପାଇଲଟ୍‌ଙ୍କୁ ଜରୁରୀକାଳୀନ ଚିକିତ୍ସା ଦିଆଯିବା ପରେ ଅଧିକ ଚିକିତ୍ସା ପାଇଁ ଆବୁଧାବିକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ଚିକିତ୍ସା ପରେ ସୁସ୍ଥ ହେଉଥିବା ଜଣାପଡ଼ିଛି। ଏନ୍‌ଆଇଏ ଘଟଣାର ପୃଷ୍ଠଭୂମି ଓ ଅନ୍ୟାନ୍ୟ ଦିଗର ତଦନ୍ତ କରିବ।

Show More

Related Articles

Back to top button