Breaking PLUSଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବର
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ
ସମ୍ବଲପୁରରେ ସ୍ୱୟଂସେବକଙ୍କୁ ଦେବେ ମାର୍ଗଦର୍ଶନ

ସମ୍ବଲପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ମୋହନ ଭାଗବତ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅକ୍ଟୋବର ୧୦ ତାରିଖ ଅପରାହ୍ନ ୪ଟାରେ ସେ ସମ୍ବଲପୁରରେ ପହଞ୍ଚିବେ। ଅକ୍ଟୋବର ୧୧ ତାରିଖ ସନ୍ଧ୍ୟାରେ ତାଙ୍କର ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଛି।
ଗସ୍ତର ପ୍ରଥମ ଦିନରେ ମୋହନ ଭାଗବତ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ସ୍ୱୟଂସେବକଙ୍କ ‘ଆହ୍ୱାନଗଣ’ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ। ଏଠାରେ ସେ ସ୍ୱୟଂସେବକମାନଙ୍କୁ ମାର୍ଗଦର୍ଶନ କରିବେ।
ଗସ୍ତର ଦ୍ୱିତୀୟ ଦିନରେ ସମ୍ବଲପୁରଠାରେ ଆରଏସଏସର ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସାଂଗଠନିକ ବୈଠକ ହେବ। ଏଥିରେ ସଂଘର ଶତାବ୍ଦୀ ବର୍ଷର କାର୍ଯ୍ୟକ୍ରମ ଓ ସାଂଗଠନିକ କାର୍ଯ୍ୟର ସମୀକ୍ଷା କରାଯିବ।
ଆରଏସଏସର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ଏହି ସୂଚନା ଦେଇଛନ୍ତି।



