Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ସୀମା ନିର୍ଦ୍ଧାରଣ ବିଲକୁ ସମର୍ଥନ କରିବ ଡିଏମକେ

 

ଚେନ୍ନାଇ: ଆସନ୍ତା ସୋମବାର ସଂସଦରେ ଆଗତ ହେବାକୁ ଥିବା ସୀମା ନିର୍ଦ୍ଧାରଣ ବିଲକୁ ସମର୍ଥନ କରିବ ଡିଏମକେ। ଦଳର ସୁପ୍ରିମୋ ଏମ୍‌କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ସମସ୍ତ ସାଂସଦଙ୍କ ବୈଠକ ପରେ ଏହି ସୂଚନା ଦେଇଛନ୍ତି ସାଂସଦ ଏ. ରାଜା। ବିଲ୍‌କୁ ସମର୍ଥନ ଦେବା ସହ ଆବଶ୍ୟକ ପଡ଼ିଲେ କିଛି ସଂଶୋଧନ ପ୍ରସ୍ତାବ ମଧ୍ୟ ଆଣିବ ଦଳ।

ଏ. ରାଜା କହିଛନ୍ତି, ଲୋକସଭାରେ ତାମିଲନାଡୁର ୭.୧୮ ପ୍ରତିଶତ ଆସନ ଭାଗୀଦାରି ଅପରିବର୍ତ୍ତିତ ରହିବା ଡିଏମକେର ଦୀର୍ଘଦିନର ଦାବି। ବର୍ତ୍ତମାନ ଏହା ବଜାୟ ରହିଥିବାରୁ ଦଳ ବିଲ୍‌କୁ ସମର୍ଥନ କରିବ। ତେବେ କିଛି ପ୍ରକ୍ରିୟାଗତ ସମସ୍ୟା ରହିଛି, ଯାହାର ସମାଧାନ ପାଇଁ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦିଆଯିବ।

ଶୁକ୍ରବାର ଷ୍ଟାଲିନ କହିଥିଲେ ଯେ ୧୯୭୧ ଜନଗଣନା ଆଧାରରେ ସ୍ଥିର ହୋଇଥିବା ରାଜ୍ୟଗୁଡ଼ିକର ସଂସଦୀୟ ପ୍ରତିନିଧିତ୍ୱ ଅନୁପାତ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବା ଉଚିତ। ତାମିଲନାଡୁର ସ୍ୱାର୍ଥ ସହ କୌଣସି ସାଲିସ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

ଡିଏମକେ ମୁଖ୍ୟାଳୟ ଆନ୍ନା ଅରିଭାଲୟମରେ ଅନୁଷ୍ଠିତ ବୈଠକରେ ସଂସଦର ଉଭୟ ସଦନର ରଣନୀତି ନେଇ ଆଲୋଚନା ହୋଇଥିଲା। ମହିଳା ସଂରକ୍ଷଣ ଆଇନ ତୁରନ୍ତ ଲାଗୁ କରିବା ଲକ୍ଷ୍ୟରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନୂତନ ବିଲ୍‌ ଆଣିବାକୁ ଯାଉଛନ୍ତି।

Show More

Related Articles

Back to top button