Breaking PLUSଅପରାଧଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ତାନ ସ୍କୁଲରେ ବିସ୍ଫୋରଣ, ୭ ଛାତ୍ର ମୃତ

ପୂର୍ବ ଆଫଗାନିସ୍ତାନର କୁନାର ପ୍ରଦେଶରେ ଏକ ସ୍କୁଲରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୯୭ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି।

କୁନାର ପ୍ରଦେଶ ପୁଲିସ ମୁଖ୍ୟାଳୟର ମୁଖପାତ୍ର ଫରିଦ ଦେହକାନଙ୍କ ସୂଚନା ଅନୁଯାୟୀ, ପ୍ରଦେଶର ସେର ଅଞ୍ଚଳରେ ଥିବା ଏକ ମାଧ୍ୟମିକ ବିଦ୍ୟାଳୟରେ ସକାଳ ପ୍ରାୟ ୧୦ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସର ଏକ ତଦନ୍ତକାରୀ ଦଳ ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ବିସ୍ଫୋରଣ କିପରି ଓ କେଉଁ କାରଣରୁ ଘଟିଲା, ସେନେଇ ତଦନ୍ତ ଚାଲିଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଘଟଣାର ଅନ୍ୟାନ୍ୟ ଦିଗ ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Show More

Related Articles

Back to top button