Breaking PLUSଓଡ଼ିଶାମୁଖ୍ୟ ଖବର
ଆସନ୍ତା ୧୯ ତାରିଖରେ ବଲାଙ୍ଗୀରରେ ପ୍ରସିଦ୍ଧ ଶୁଲିଆ ଯାତ୍ରା, ପଡିବ ପଶୁ ବଳି
ଆସନ୍ତା ୧୯ ତାରିଖରେ ପାଳନ ହେବାକୁ ଥିବା ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡ଼ିବ ବଳି । ଏଥିଲାଗି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଶୁଲିଆ ପୀଠ ଖଇରଗୁରା ଠାରେ ଯାତ୍ରା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା।
ଆସନ୍ତା ୧୯ ତାରିଖରେ ପାଳନ ହେବାକୁ ଥିବା ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡ଼ିବ ବଳି । ଏଥିଲାଗି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଶୁଲିଆ ପୀଠ ଖଇରଗୁରା ଠାରେ ଯାତ୍ରା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା। ପୂର୍ବବର୍ଷ ଭଳି ଏଥର ମଧ୍ୟ ପୀଠରେ ବଳି ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ କରୋନା ଲାଗି ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ହେଲେ ପୀଠରେ ବଳି ଦେବା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରା ଯାଇନଥିବା କହିଛନ୍ତି ମିଳିତ ଯାତ୍ରା କମିଟିର ସଭାପତି ମୟ ପ୍ରଧାନୀ । ସେପଟେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳି ପାରିନାହିଁ ।