Breaking PLUSଓଡ଼ିଶାମୁଖ୍ୟ ଖବର
ମାଲବାହୀ ଟ୍ରେନ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ
ଏକ ମାଲବାହୀ ଟ୍ରେନ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ହୋଇଛି। ରାଉରକେଲା ବିଶ୍ରା ମହିପାଣି ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ବିଳମ୍ବିତ ରାତ୍ରିରେ ହାତୀ ପଲ ରେଳ ଲାଇନ ପାର ହେଉଥିଲେ।
ଏକ ମାଲବାହୀ ଟ୍ରେନ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ହୋଇଛି। ରାଉରକେଲା ବିଶ୍ରା ମହିପାଣି ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ବିଳମ୍ବିତ ରାତ୍ରିରେ ହାତୀ ପଲ ରେଳ ଲାଇନ ପାର ହେଉଥିଲେ। ଏହି ସମୟରେ ଟ୍ରେନ ଧକ୍କା ଦେଇଥିଲା। ବର୍ତ୍ତମାନ ରେଳ ଲାଇନରେ ୨ ହାତୀଙ୍କ ମୃତ ଦେହ ପଡ଼ି ରହିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରେଳ ଲାଇନରୁ ହାତୀଙ୍କ ମୃତ ଦେହକୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଏନେଇ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି।