ଦେଶ ବିଦେଶମୁଖ୍ୟ ଖବର

ମସ୍କୋରୁ ଦିଲ୍ଲୀ ଆସୁଥିବା ଯାତ୍ରୀବାହୀ ବିମାନରେ ବୋମା ଥିବାର ଧମକ ମିଳିଛି

ନୂଆଦିଲ୍ଲୀ: ପୁଣି ଗୋଟିଏ ଯାତ୍ରୀବାହୀ ବିମାନରେ ବୋମା ଥିବାର ଧମକ ମିଳିଛି। ରୁଷର ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଥିବା ଗୋଟିଏ ଧମକଭରା ଇ-ମେଲ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ଗୁରୁବାର ରାତିରେ ଏପରି ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ଧମକ ପରେ ସୁରକ୍ଷାକର୍ମୀଙ୍କୁ ଆଲର୍ଟ ଜାରି କରାଯିବା ସହ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା। ବିମାନରେ ୪୦୦ ଜଣ ଯାତ୍ରୀ ଥିଲେ। ବିମାନଟି ଏୟାରପୋର୍ଟରେ ପହଞ୍ଚିବା ପରେ ବେଶ ସତର୍କତାର ସହ ଯାଞ୍ଚ ଆରମ୍ଭ କରାଯାଇଥିଲା। ତେବେ ଏଯାଏ କୌଣସି ପ୍ରକାରର ବିସ୍ଫୋରକ କିମ୍ବା ସନ୍ଦିଗ୍ଧ ଜିନିଷ ବିମାନରୁ ମିଳିନାହିଁ। ତଥାପି ବିମାନଟିକୁ ଏୟାରପୋର୍ଟର ଗୋଟିଏ ଏକାନ୍ତ ସ୍ଥାନରେ ରଖାଯାଇଛି। ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ବିମାନଟି ମସ୍କୋରୁ ଭୋର ୩.୨୦ରେ ଆସି ଦିଲ୍ଲୀରେ ଅବତରଣ କରିଥିଲା। ରାତି ପ୍ରାୟ ୧୧.୧୫ରେ ମସ୍କୋରୁ ଏୟାରପୋର୍ଟରୁ ଟରମିନାଲ ୩କୁ ଆସୁଥିବା ବିମାନରେ ବୋମା ଥିବା ସୂଚନା ମିଳିଥିଲା। ସୂଚନା ମିଳିବା ପରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି। ଶେଷରେ ବିମାନ ନମ୍ବର ଏସ୍‌ୟୁ୨୩୨ ଟରମିନାଲ ୩ର ରନୱେ ୨୯ରେ ଲ୍ୟାଣ୍ଡ କରିଥିଲା। ବିମାନରେ ମୋଟ ୩୮୬ ଜଣ ଯାତ୍ରୀ ୧୬ ଜଣ କ୍ରୁ ସଦସ୍ୟ ରହିଥିଲେ। ସେମାନଙ୍କୁ ତୁରନ୍ତ ବିମାନରୁ ବାହାର କରାଯିବା ସହ ଯାଞ୍ଚ ଆରମ୍ଭ କରାଯାଇଥିଲା। ହେଲେ ବୋମା ସେଥିରୁ ମିଳି ନଥିଲା। ପୁଲିସ୍‌ ଏବେ ଇ-ମେଲ କେଉଁଠୁ କିଏ ପଠାଇଥିବା, ତା’ର ତଦନ୍ତ ଚଳାଇଛି।

Show More

Related Articles

Back to top button