ଚଳିତ ସପ୍ତାହ ମଧ୍ୟରେ ଶ୍ରୀଲଙ୍କା ପାଇଁ ନିଯୁକ୍ତ ହେବେ ନୂଆ ପ୍ରଧାନମନ୍ତ୍ରୀ

ଶ୍ରୀଲଙ୍କା: ଘୋର ଆର୍ଥିକ ସଙ୍କଟ ଭିତରେ ଗତି କରୁଛି ଶ୍ରୀଲଙ୍କା।ଏଣେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ମାନେ ହିଂସାକାଣ୍ଡ ଘଟାଉଥିବା ଦେଖିବାକୁ ମିଳୁଛି। ନିତ୍ୟବ୍ୟବହାର ଦ୍ରବ୍ୟର ଦାମ୍ ଆକାଶ ଛୁଆଁ ହୋଇଥିବା ବେଳେ ଖାଦ୍ୟ ସଙ୍କଟ ଶ୍ରୀଲଙ୍କାବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହାରି ଭିତରେ ଶ୍ରୀଲଙ୍କାକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ଦେଶକୁ ଆଗକୁ ନେବା ପାଇଁ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଏକ ସୁଯୋଗ ପ୍ରଦାନ କରାଯିବ । ଜଣେ ନୂଆ ପ୍ରଧାମନ୍ତ୍ରୀ ଏବଂ କ୍ୟାବିନେଟ୍ ନିଯୁକ୍ତି କରିବା ପରେ ୧୯ଶହ ସମ୍ବିଧାନ ସଂସ୍କାରରେ ଥିବା ବ୍ୟବସ୍ଥା ପ୍ରଚଳନ ନିମନ୍ତେ ସରକାର ପ୍ରସ୍ତାବ ଆଗତ କରିବେ । ଏହି ନୂଆ ସାମ୍ବିଧାନିକ ବ୍ୟବସ୍ଥା ଦ୍ୱାରା ସଂସଦ ଅଧିକ କ୍ଷମତାଶାଳୀ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି । ତେବେ ଦେଶବାସୀଙ୍କୁ ଏହି ଉଦ୍ବୋଧନ ଦେବା ପୂର୍ବରୁ ରାଷ୍ଟ୍ରପତି ଗୋଜବାୟା ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି । ସୂଚନା ଥାଉଯେ, ଦୁଇ ଦିନ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବାପରେ ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ କ୍ଷମତା ମିଳିଛି । ଏଣୁ ସେ ଲୋକଙ୍କ ହିତ ଓ ବୁଡ଼ିଯାଇଥିବା ଅର୍ଥନୀତିକୁ ଉଦ୍ଧାର କରିବା ସକାଶେ ଜଣେ ନୂଆ ସରକାରଙ୍କୁ ନିଯୁକ୍ତି ଦେବେ ।
।