Breaking PLUSଦେଶମୁଖ୍ୟ ଖବର
ମୋଦୀଙ୍କ ଜନ୍ମଦିନରେ ରେକର୍ଡ ସଂଖ୍ୟକ ଟିକାକରଣ

ଭାରତରେ ଟିକାକରଣ ଅଭିଯାନ ଜୋରଦାର ହୋଇଛି । ଟିକାକରଣରେ ଅନ୍ୟ ଦେଶ ତୁଳନାରେ ଆଗରେ ରହିଛି ଭାରତ । ଏଠାରେ ବିଳମ୍ବରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାପରେ ସୁଦ୍ଧା ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇଛି । ତେବେ ଆଜି ସନ୍ଧ୍ୟା ୪ ଟା ସୁଦ୍ଧା ଟିକାକରଣ ଅଭିଯାନରେ ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି । ସନ୍ଧ୍ୟା ୪ଟା ସୁଦ୍ଧା ଦେଶରେ ୧.୮ କୋଟି ନାଗରିକ ଟିକା ନେଇଛନ୍ତି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ହୋଇଥିବା ବେଳେ ଦେଶ ଆଉ ଗୋଟିଏ ରେକର୍ଡ କରିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଏକ ଲକ୍ଷରୁ ଅଧିକ ସ୍ଥାନରେ ଟିକାକରଣ ଚାଲିଛି ।
ଦେଶରେ କରୋନା ବିରୋଧୀ ଲଢ଼େଇ ଜାରି ରହିଥିବା ବେଳେ ଏହାକୁ ଦେଖି ଆଶା କରାଯାଉଛି ଯେ, ଖୁବ୍ ଶୀଘ୍ର ଟିକାକରଣର ଆକଳନ ୧୦୦ କୋଟି ପାର୍ କରିବ । ସୁତ୍ର ଅନୁସାରେ, ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ଟିକା ଡୋଜ୍ ୧୦୦ କୋଟି ପାର୍ କରିବ । ଅନ୍ୟପଟେ ମୋଦୀଙ୍କ ଜନ୍ମଦିନକୁ ସେବା ଦିବସ ରୂପରେ ପାଳନ କରାଯାଉଛି ।



