Breaking PLUSଦେଶ ବିଦେଶମୁଖ୍ୟ ଖବର

ଏପ୍ରିଲ୍‌ରୁ ବଢ଼ିପାରେ ବିମାନ ଭଡା: ଏଟିଏଫ୍‌ ଦର ବୃଦ୍ଧି ଆଶଙ୍କା

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଆମଦାନି କମ୍ ହୋଇଥିବାରୁ ଆସନ୍ତା ଏପ୍ରିଲ୍ ପହିଲାରେ ଆଭିଏସନ ଟର୍ବାଇନ ଫୁଏଲ୍ (ଏଟିଏଫ୍) ଦାମ୍ ବଢ଼ିବା ଆଶଙ୍କା କରାଯାଉଛି। ତାହା ହେଲେ ଏପ୍ରିଲ୍‌ରୁ ବିମାନ ଯାତ୍ରା ମହଙ୍ଗା ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି।

ପ୍ରତି ମାସର ପ୍ରଥମ ଦିନରେ ତୈଳ କମ୍ପାନିମାନେ ଗ୍ୟାସ୍ ଓ ଏଟିଏଫ୍‌ ଦର ସଂଶୋଧନ କରୁଥିବାବେଳେ, ବର୍ତ୍ତମାନ ଅଶୋଧିତ ତେଲ ଦର ବୃଦ୍ଧି ଏହାକୁ ଆଉ ବଢ଼ାଇବାର ସମ୍ଭାବନା ରହିଛି। ବିମାନ କମ୍ପାନିମାନଙ୍କ ସମୁଦାୟ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ ଇନ୍ଧନ ଉପରେ ଖର୍ଚ୍ଚ ହୁଏ, ଯାହା ଦର ବଢ଼ିଲେ ସିଧାସଳଖ ଟିକଟ ମୂଲ୍ୟକୁ ପ୍ରଭାବିତ କରେ।
ମନ୍ତ୍ରୀ କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ସଙ୍କଟ ଜାରି ରହିଲେ ବିମାନ ଚଳାଚଳ ଶିଳ୍ପ ଉପରେ ଚାପ ବଢ଼ିବ। ଏହି ପରିସ୍ଥିତିକୁ ମୁକାବିଲା ପାଇଁ ବେସାମରିକ ବିମାନ ଚଳାଚଳ, ବିଦେଶ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏକତ୍ର କାମ କରୁଛନ୍ତି ଏବଂ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ସଙ୍କଟ ଲାଗି ରହିଲେ ତାହା ବିମାନ ଚଳାଚଳ କମ୍ପାନି ଓ ସେମାନଙ୍କ ପରିଚାଳନାକୁ ପ୍ରଭାବିତ କରିବ ଆମେ କମ୍ପାନିମାନଙ୍କ ମତାମତ ସଂଗ୍ରହ କରୁଛୁ। ବର୍ତ୍ତମାନ ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନକୁ ସୁରକ୍ଷିତ ବିମାନ ଚଳାଚଳକୁ ସରକାର ପ୍ରାଥମିକତା ଦେଉଛନ୍ତି ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିମାନ ଶିଳ୍ପ ଉପରେ ଯୁଦ୍ଧ ପ୍ରଭାବକୁ ଯଥା ସମ୍ଭବ କମ୍ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ସମନ୍ଵୟ ରକ୍ଷା କରି କାମ କରୁଛନ୍ତି।
ଏହି ମଧ୍ୟରେଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ପକ୍ଷରୁ ଫୁଏଲ୍ ସରଚାର୍ଜ ଲାଗୁ କରାଯାଇଛି। ସେପଟେ କେନ୍ଦ୍ର ସରକାର ଘରୋଇ ବିମାନ ଭଡାର ଉଚ୍ଚ ସୀମାକୁ ପ୍ରତ୍ୟାହାର କରିଥିବାରୁ ଏପ୍ରିଲ୍‌ରୁ ବିମାନ ଯାତ୍ରା ଆହୁରି ମହଙ୍ଗା ହେବାର ଆଶଙ୍କା ବଢ଼ିଛି।

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button