Breaking PLUSଓଡ଼ିଶାମୁଖ୍ୟ ଖବର

ଅଖିମୁଖି ଅନୁକୂଳ କଲେ ଉପମୁଖ୍ୟମନ୍ତ୍ରୀ

ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା 

ଭୁବନେଶ୍ୱର, ୨୦ ଏପ୍ରିଲ –  ପବିତ୍ର ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଅଖି ମୁଠି ଅନୁକୂଳରୁ ଆରମ୍ଭ କରି ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ, ପ୍ରତି ଶୁଭ କାର୍ଯ୍ୟର ଶୁଭାରମ୍ଭ ପାଇଁ ଶ୍ରେଷ୍ଠ ଦିନ ଅକ୍ଷୟ ତୃତୀୟା । ଆପଣମାନଙ୍କୁ ପବିତ୍ର ଅକ୍ଷୟ ତୃତୀୟାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଆ ଅସ୍ମିତାର ମହାନ ପର୍ବ ଅକ୍ଷୟ ତୃତୀୟା ସମସ୍ତ ଶୁଭକାର୍ଯ୍ୟର ଶୁଭାରମ୍ଭ ପାଇଁ ଶ୍ରେଷ୍ଠ ଦିନ । ଆଜି ଏହି ପବିତ୍ର ଦିନ ଅବସରରେ ନିମାପଡ଼ା ବ୍ଲକ୍‌ ଅନ୍ତର୍ଗତ ଗଡ଼ଝିଙ୍କିରିଆ ସ୍ଥିତ ଓଲାନ୍ସ ଫାର୍ମଠାରେ ପରମ୍ପରା ଅନୁଯାୟୀ ଅଖି ମୁଠି ଅନୁକୂଳ କରିବାର ସୌଭାଗ୍ୟ ମିଳିଲା । ଆଗାମୀ କୃଷି ଋତୁରେ ଓଡ଼ିଶାର ଚାଷୀ ଭାଇ ଓ ଭଉଣୀମାନଙ୍କ ସମୃଦ୍ଧ ଫସଲ ଅମଳ ସହ ଓଡ଼ିଶାବାସୀଙ୍କ ସୁଖମୟ ଓ ସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କଲି।

Show More

Related Articles

Back to top button