Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖି ମୁଠି ଅନୁକୂଳ କଲେ ଚାଷୀ

ଭୁବନେଶ୍ୱର, ୨୦ ଏପ୍ରିଲ-  ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥୀକୁ ପବିତ୍ର ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଆଜିରଦିନରେ ଶୁଭ କାମନ ଆରମ୍ଭ ହୋଇଥାଏ । ଘର ପୂଜା କରିବା ସହ ଘର ପ୍ରତିଷ୍ଠା ଓ ଶୁଭ ଦେବା ଭଳି କାମ ହୋଇଥାଏ ।

ଏହାସହ ଅଖିମୁଠି ଅନୁକୂଳ କରିଛନ୍ତି ଚାଷୀ । ଆଜିର ଦିନକୁ ଅତ୍ୟନ୍ତ ଶୁଭ ବୋଲି ବିଚେନା କରାଯାଏ । ଅକ୍ଷୟ ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜିର ଦିନରେ କିଛି କିଣିଲେ ଶୁଭ ବୋଲି ବିବେଚନା କରାଯାଏ ।

ଆଜିର ଦିନରେ ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଅନୁକୂଳ ହେବ । ଅପରାହ୍ଣରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ବିଜେ ହେବା ପରେ ଆରମ୍ଭ ହେବ ରଥ ନିର୍ମାଣ । ସେହିପରି ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି ।

ଅକ୍ଷୟ ତୃତୀୟାରେ ସୁନା କିମ୍ବା ରୂପା କିଣିବା ବିଧି ରହିଛି । ଏଥିପାଇଁ ସୁନା ଦୋକାନ ମାନଙ୍କରେ ଆଜି ପ୍ରବଳ ଭିଡ ଜମିଛି । ଲୋକମାନେ ନିଜ ଘରକୁ ସୁନା ରୂପା କିଣି ନେଉଛନ୍ତି ।

Show More

Related Articles

Back to top button