
ପଶ୍ଚିମବଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆର୍ଜି କର୍ ଧର୍ଷଣ ଓ ହତ୍ୟା ମାମଲାରେ ଯେଉଁମାନେ ଜଡିତ ଅଛନ୍ତି, ସେମାନଙ୍କୁ ଚିହ୍ନଟ କରି ନ୍ୟାୟର ସମ୍ମୁଖୀନ କରାଯିବ।
ପନିହାଟିରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ କହିଥିଲେ ଯେ, ବିଜେପି ସରକାର ଗଠନ ପରେ କୌଣସି ଦୋଷୀକୁ ଛାଡ଼ାଯିବ ନାହିଁ।
ମୋଦୀ କହିଥିଲେ ଯେ ଏହି ନିର୍ବାଚନରେ ରାଜ୍ୟର ମହିଳାମାନେ ଇତିହାସ ଲେଖିବେ ଓ ମହିଳା ବିରୋଧୀ କାର୍ଯ୍ୟ ପାଇଁ ଶାସକ ଦଳକୁ ଉତ୍ତର ଦେବେ।
ସେ ଅଭିଯୋଗ କରିଥିଲେ ଯେ ତୃଣମୂଳ କଂଗ୍ରେସ ଶାସନରେ ମହିଳାମାନଙ୍କ ଉପରେ ଅନେକ ଅନ୍ୟାୟ ଘଟିଛି।
ପନିହାଟିର ବିଜେପି ପ୍ରାର୍ଥୀ ନିଜ ଝିଅକୁ ଡାକ୍ତର କରିବା ପାଇଁ ଅନେକ ସଂଘର୍ଷ କରିଥିବା କଥା ଉଲ୍ଲେଖ କରି, ସେ କହିଥିଲେ ଯେ ତାଙ୍କ ଝିଅ ଏହି ଘଟଣାରେ ଜୀବନ ହାରାଇଛନ୍ତି।
ମୋଦୀ ଏହାମଧ୍ୟ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟ ଭୋଟର ପରିଣାମ ଦେଖି ଶାସକ ଦଳ ଭୟଭୀତ ହୋଇଛି ଓ ଅସ୍ଥିର ପରିସ୍ଥିତି ସୃଷ୍ଟି କରିବାର ଚେଷ୍ଟା କରୁଛି।
ସେ ଅଭିଯୋଗ କରିଥିଲେ ଯେ ଦୁର୍ନୀତି ପାଇଁ ରାଜ୍ୟରେ ନୂତନ ନିବେଶ ହେଉନାହିଁ ଓ ଯୁବକମାନେ ଚାକିରିରୁ ବଞ୍ଚିତ ହେଉଛନ୍ତି।



