ମୁଖ୍ୟ ଖବରରାଜନୀତି

ଅମରାବତୀ ହେଲା ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ

 

ଦୀର୍ଘ ଅପେକ୍ଷା ପରେ ଶେଷରେ ବଡ଼ ନିଷ୍ପତ୍ତି। ଅମରାବତୀ କୁ ଆନ୍ଧ୍ରପ୍ରଦେଶର ର ସ୍ଥାୟୀ ଓ ଏକମାତ୍ର ରାଜଧାନୀ ଭାବେ କେନ୍ଦ୍ର ସରକାର ଆନୁଷ୍ଠାନିକ ମାନ୍ୟତା ଦେଇଛନ୍ତି। ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବା ସହ ରାଜ୍ୟର ଦୀର୍ଘଦିନର ଅସ୍ପଷ୍ଟତା ଦୂର ହୋଇଛି।

୨୦୧୪ରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ୍ ୨୦୧୪ ପରେ ରାଜ୍ୟ ବିଭାଜନ ହୋଇଥିଲେ ମଧ୍ୟ ରାଜଧାନୀ ନେଇ ସ୍ପଷ୍ଟ ନିଷ୍ପତ୍ତି ନ ଥିବାରୁ ରାଜନୈତିକ ଅସ୍ଥିରତା ଚାଲିଆସୁଥିଲା। ବର୍ତ୍ତମାନ ସଂଶୋଧନ ପରେ ଅମରାବତୀକୁ ସ୍ଥାୟୀ ରାଜଧାନୀ ଭାବେ ଘୋଷଣା କରାଯାଇଛି। ଏହି ନୂତନ ବ୍ୟବସ୍ଥାକୁ ୨୦୨୪ ଜୁନ୍ ୨ ରୁ କାର୍ଯ୍ୟକାରୀ ମାନାଯିବ।

ଲୋକସଭା ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୬ ଉପରେ ଆଲୋଚନା ସମୟରେ ମାନିକମ୍ ଟାଗୋର କହିଥିଲେ ଯେ ଅମରାବତୀକୁ ବେଙ୍ଗାଲୁରୁ, ଚେନ୍ନାଇ କିମ୍ବା ହାଇଦ୍ରାବାଦ ପରି ବିକଶିତ କରାଯିବା ଉଚିତ୍। ସେହି ସହିତ ବିଶାଖାପାଟଣା, ତିରୁପତି ଏବଂ କୁର୍ଣ୍ଣୁଲର ସମଗ୍ର ବିକାଶ ପାଇଁ ମଧ୍ୟ ଜୋର ଦେଇଥିଲେ।

ଏପଟେ ବିଜେପି ସାଂସଦ ସିଏମ୍ ରମେଶ ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଥିବା ସହ କହିଛନ୍ତି ଯେ ଏବେଠାରୁ ରାଜଧାନୀ ସମ୍ପର୍କିତ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ।
ପୂର୍ବରୁ ତିନୋଟି ରାଜଧାନୀ ପ୍ରସ୍ତାବକୁ ନେଇ ଯେଉଁ ବିବାଦ ଚାଲିଥିଲା, ଏହି ନୂଆ ନିଷ୍ପତ୍ତି ସେଥିରେ ଶେଷ ପକାଇବ ବୋଲି ମନେ କରାଯାଉଛି।

Show More

Related Articles

Back to top button