Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍

ଯାଜପୁର: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥର ସାହାପୁର ନିକଟରେ ଆଜି ଭୋର ସମୟରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା । ଫଳରେ ବସ୍‌ରେ ଥିବା ୮୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୯ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଛି । ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ସାହାପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ତୀର୍ଥଯାତ୍ରୀଙ୍କ ବସ୍ । ଏକ ଘରୋଇ ବସରେ ଉତ୍ତରପ୍ରଦେଶ ଅଞ୍ଚଳର ୮୦ ଜଣ ପୁରୁଷ ଓ ମହିଳା ପୁରୀ ଆସିଥିଲେ। ପୁରୀରେ ଜଗନ୍ନାଥ ଦର୍ଶନ ସାରି ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶ ଫେରୁଥିବା ବେଳେ ପାଣିକୋଇଲି ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା ଏହି ତୀର୍ଥଯାତ୍ରୀ ବସ୍ । ଫଳରେ ବସ୍‌ ଭିତରେ ଥିବା ପ୍ରାୟ ଯାତ୍ରୀ ଆହତ ହୋଇଥିଲେ।

 

Show More

Related Articles

Back to top button